ଓଡିଶା

odisha

ETV Bharat / city

ବିଧାନସଭାରେ ଚିଟଫଣ୍ଡ ତାତି, ଧୋଇଗଲା ପ୍ରଶ୍ନ ଓ ଶୂନ୍ୟକାଳ

ବିଧାନସଭାରେ ଆଜି ଚିଟଫଣ୍ଡ ତାତି ଲଗାଇଲା ନିଆଁ । ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବରେ "ଚିଟଫଣ୍ଡରେ କୋଟି କୋଟି ଟଙ୍କା ଖାଇଲା କିଏ, କାହିଁକି ଆଖି, କାନ ଓ ନାକ ବନ୍ଦ କରି ଚୁପ ବସିଛନ୍ତି ସରକାର" ଆଗତ ହୋଇଥିଲା । କୋର୍ଟରେ ମାମଲା ଥିବାରୁ ନିୟମ ଅନୁସାରେ ଗୃହରେ ଚିଟଫଣ୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବା ନେଇ ଘୋଷଣା କରିଥିଲେ ବାଚସ୍ପତି । ଅଧିକ ପଢନ୍ତୁ

OdishaAssembly ବିଧାନସଭାରେ ଚିଟଫଣ୍ଡ ତାତି, ଧୋଇଗଲା ପ୍ରଶ୍ନ ଓ ଶୂନ୍ୟକାଳ
OdishaAssembly ବିଧାନସଭାରେ ଚିଟଫଣ୍ଡ ତାତି, ଧୋଇଗଲା ପ୍ରଶ୍ନ ଓ ଶୂନ୍ୟକାଳ

By

Published : Aug 1, 2022, 4:03 PM IST

ଭୁବନେଶ୍ବର: ବିଧାନସଭାରେ ଆଜି ଚିଟଫଣ୍ଡ ତାତି ଲଗାଇଲା ନିଆଁ । ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବରେ "ଚିଟଫଣ୍ଡରେ କୋଟି କୋଟି ଟଙ୍କା ଖାଇଲା କିଏ, କାହିଁକି ଆଖି, କାନ ଓ ନାକ ବନ୍ଦ କରି ଚୁପ ବସିଛନ୍ତି ସରକାର" ଆଗତ ହୋଇଥିଲା । କୋର୍ଟରେ ମାମଲା ଥିବାରୁ ନିୟମ ଅନୁସାରେ ଗୃହରେ ଚିଟଫଣ୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବା ନେଇ ଘୋଷଣା କରିଥିଲେ ବାଚସ୍ପତି । ଏହାକୁ ନେଇ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ବିଧାନସଭାରେ ଆଜି ଚିଟଫଣ୍ଡ ତାତି ଦେଖିବାକୁ ମିଳିଛି । ଗୃହରେ ପ୍ରଶ୍ନକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ । ଗୃହ ଆରମ୍ଭରୁ ମୁଲତବୀ ଗ୍ରହଣ କରିବାକୁ ଦାବି କରି ଗୃହ ମଧ୍ୟକୁ ପ୍ରବେଶ କରିଥିଲେ ବିରୋଧୀ । ଗୃହ ପର୍ଯ୍ୟାୟ କ୍ରମେ 11.30 ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା । ଶୂନ୍ୟକାଳରେ ପୁନର୍ବାର ବିଜେପିର ସମସ୍ତ ସଦସ୍ୟ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟଭାଗକୁ ଆସି ମୋହନ ମାଝୀ କହିଛନ୍ତି ଯେ, ଚିଟ ଫଣ୍ଡ ଆଲୋଚନାକୁ ସରକାର ଡରୁଛନ୍ତି । ସରକାରୀ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଗୃହରେ ଚିଟଫଣ୍ଡ ପ୍ରସଙ୍ଗ ଆଲୋଚନା କରଯାଉନି । ମୁଲତବୀ ଘୋଷଣା କରି ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଆଲୋଚନା ବିଫଳ ହେବରୁ ଗୃହ ଅପରାହ୍ନ 4.30 ଯାଏଁ ମୁଲତବୀ ହୋଇଥିଲା । ଗୃହରେ ବାଚସ୍ପତି କହିଛନ୍ତି ଯେ, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ରହିଛି । କମିସନ ତଦନ୍ତ କରୁଛନ୍ତି । 2014ରେ ତତ୍କାଳୀନ ବାଚସ୍ପତି, ଆଡଭୋକେଟ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ଏହା ବର୍ତ୍ତମାନର ପ୍ରସଙ୍ଗ ହୋଇନଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ସରକାର ଚିଟଫଣ୍ଡ ଆଲୋଚନାକୁ ଡରୁଛନ୍ତି ।

ସେପଟେ କଂଗ୍ରେସ ଚାଷୀ ଓ ମରୁଡି ସମସ୍ୟା ନେଇ ପ୍ରତିବାଦ କରିଥିଲା । ଶାସକ ଦଳ ପକ୍ଷରୁ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ କହିଛନ୍ତି ଯେ, ବିରୋଧୀ ଦଳ ଗୃହରେ ଅଶୋଭନୀୟ ଆଚରଣ କରିଛନ୍ତି । ଗୃହରେ ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ନିକଟରେ ଚୟନ ହୋଇଥିବା ବିରୋଧୀ ଦଳ ନେତାଙ୍କୁ ଗୃହରେ ଆନୁଷ୍ଠାନିକ ଭାବେ ଘୋଷଣା ହେବାର ଥିଲା । ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଗୃହ ଚଳାଇ ଦେଲେ ନାହିଁ । ଯିଏ ଖରାପ କାମ କରିବ ତାହାକୁ ଇଡି ଓ ସିବିଆଇ ବାନ୍ଧିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details