ଭୁବନେଶ୍ବର: ଆସନ୍ତା 18 ତାରିଖରୁ ଆରମ୍ଭ ହେବ ରାଜ୍ୟ ବଜେଟ ଅଧିବେଶନ । ତେବେ କୋରୋନା ପାଇଁ ଗତ ଥର ଅଧିବେଶନରେ ପ୍ରଶ୍ନକାଳ ରହିନଥିବାବେଳେ ଚଳିତ ଅଧିବେଶନରେ ଏହା ରହିବ ବୋଲି ବାଚସ୍ପତି କହିଛନ୍ତି ।
ରାଜ୍ୟ ବଜେଟ ଅଧିବେଶନରେ ରହିବ ପ୍ରଶ୍ନକାଳ ଏହାସହ ବିଧାନସଭାରେ କିଛିଟା କଟକଣା କୋହଳ କରାଯିବ । ସେହିପରି ଏହି ଅଧିବେଶନରେ 31 ଦିନିଆ କାର୍ଯ୍ୟଦିବସ ରହିଛି । 22 ତାରିଖରେ ବଜେଟ ଉପସ୍ଥାପନ ହେବ। ଏହା ଉପରେ 25ରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି ।
ତେବେ ବିଧାନସଭାରେ କୋଭିଡ କଟକଣା ରହିବ କିନ୍ତୁ କିଛି ନିୟମ କୋହଳ ହେବ । ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହେବ ନାହିଁ । ଯେଉଁ ନେତାଙ୍କ ପାଖରେ ଲକ୍ଷଣ ଦେଖାଯିବ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେବ । ପ୍ରତିଦିନ ବିଧାନସଭା ସାନିଟାଇଜ ହେବ । ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ ଭିସିରେ ନିଜ ଅଫିସରୁ ଉପସ୍ଥିତ ରହିପାରିବେ ବୋଲି ବାଚସ୍ପତି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ