ଓଡିଶା

odisha

ETV Bharat / city

ତ୍ରୈମାସିକ ପତ୍ରିକା 'ଶିଶୁ ଲେଖା' ଉନ୍ମୋଚିତ - quarterly magazine

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଉନ୍ମୋଚନ ହେଲା ତ୍ରୈମାସିକ ପତ୍ରିକା 'ଶିଶୁ ଲେଖା' । ଅଧିକ ପଢନ୍ତୁ....

ତ୍ରୈମାସିକ ପତ୍ରିକା 'ଶିଶୁ ଲେଖା' ଉନ୍ମୋଚିତ
ତ୍ରୈମାସିକ ପତ୍ରିକା 'ଶିଶୁ ଲେଖା' ଉନ୍ମୋଚିତ

By

Published : Aug 25, 2021, 10:33 PM IST

ଭୁବନେଶ୍ବର: ଉନ୍ମୋଚିତ ହୋଇଛି ତ୍ରୈମାସିକ ପତ୍ରିକା 'ଶିଶୁ ଲେଖା' । ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ତ୍ରୈମାସିକ ପତ୍ରିକା 'ଶିଶୁ ଲେଖା'ର ଉନ୍ମୋଚନ ହୋଇଛି । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ସଂସ୍କରଣ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଉନ୍ମୋଚିତ କରାଯାଇଛି ।

ତ୍ରୈମାସିକ ପତ୍ରିକା 'ଶିଶୁ ଲେଖା' ଉନ୍ମୋଚିତ

ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଡ଼. ରଞ୍ଜନ ଦାସ, ଓଡ଼ିଆ ଭାଷା ପ୍ରତିଷ୍ଠାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହି ସଂସ୍କରଣଟି ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ମନୋଜ ଦାସଙ୍କ ଉପରେ ସ୍ବତନ୍ନ ଭାବେ ଉଲ୍ଲେଖ ହୋଇଛି । ଏହି ପତ୍ରିକା ନିରନ୍ତର ଭାବରେ ପ୍ରତି ୩ ମାସରେ ପ୍ରକାଶିତ ହେବ ବୋଲି ବିଭାଗୀୟ ଶାସନ ସଚିବ ଉନ୍ମୋଚନ ଅବସରରେ କହିଛନ୍ତି ।

ଏଥିରେ ଶିଶୁ-ସାହିତ୍ୟିକ, ସାହିତ୍ୟିକ, ଗାଳ୍ପିକଙ୍କର ଲେଖା ସହିତ ଶିଶୁମାନଙ୍କର ଲେଖା ମଧ୍ୟ ସ୍ଥାନ ପାଇବ । ଏହାଦ୍ୱାରା ଶିଶୁମାନଙ୍କର ବୌଦ୍ଧିକତା ବୃଦ୍ଧି ସହିତ ବିଭିନ୍ନ ପାଠକଙ୍କ ଦ୍ଵାରା ଏହା ଆଦୃତ ଲାଭ କରିବ ବୋଲି ଆଶାପୋଷଣ କରାଯାଇଛି । କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଲେଖକ ଦାସ ବେନହୁର ଓ ବହୁ ବରିଷ୍ଠ ସାହିତ୍ୟିକ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details