ଓଡିଶା

odisha

ETV Bharat / city

ରାଜଧାନୀରୁ 15 ଗ୍ରାମ ହେରୋଇନ ଜବତ, 2 ଗିରଫ - heroin seized

ଭୁବନେଶ୍ବର ଖଣ୍ଡଗିରିରୁ ଜବତ ହେଲା 15 ଗ୍ରାମ ହେରୋଇନ । ଦୁଇ ବ୍ୟବସାୟୀ ପାଟନୁ ଓ ପ୍ରଭାତକୁ ଗିରଫ କଲା କ୍ୟୁଏଟି । ଉଭୟଙ୍କ ନିକଟରୁ ବାଇକ ସହ 14 ହଜାର ଟଙ୍କା ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 31, 2019, 12:49 AM IST

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ନିଶା ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନିଶା ବେପାରୀଙ୍କ ଉପରେ କମିଶନରେଟ ପୋଲିସ ତୀକ୍ଷ୍ଣ ନଜର ରହିଲେ ମଧ୍ୟ ନିଶା କାରବାରରେ ଲିପ୍ତ ରହୁଛନ୍ତି ନିଶା ବେପାରୀ । ତେବେ ସ୍ମାର୍ଟ ସିଟିରେ ନିଶା କାରବାର ଅତ୍ୟଧିକ ବଢିବା ନଜରକୁ ଆସିଛି । ମଙ୍ଗଳବାର କ୍ୟୁଏଟି (କ୍ବିଇକ ଆକ୍ସନ ଟିମ) ଦ୍ବାରା ଜବତ ହୋଇଛି 15 ଗ୍ରାମ ହେରୋଇନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ କ୍ୟୁଏଟି ଓ ଖଣ୍ଡଗିରି ପୋଲିସର ମିଳିତ ଉଦ୍ୟମରେ ଖଣ୍ଡଗିରି ଅଧୀନରେ ଥିବା ଆମ୍ବେଦକର କଲେଜ ନିକଟରେ ଗ୍ରାହକ ମାନଙ୍କୁ ଜଗି ରହିଥିଲେ ଦୁଇ ନିଶା ବେପାରୀ । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପୋଲିସ ଓ କ୍ୟୁଏଟିର ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା । ଯାହା ଫଳରେ ଦୁଇ ଅଭିଯୁକ୍ତ ପୋଲିସ ହାତରେ ଧରା ପଡ଼ିଥିଲେ । ସେମାନେ ହେଲେ ପାଟନୁ ଖାଁ ଓ ପ୍ରଭାତ ସାହୁ।

ଏମାନେ ମୁଖ୍ୟତଃ କଲେଜ ଯୁବକ ମାନଙ୍କୁ ଟାର୍ଗେଟ କରୁଥିଲେ । ଏମାନଙ୍କ ନାଁରେ ଖଣ୍ଡଗିରି ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସେପଟେ କମିଶନରେଟ୍ ପୋଲିସର ତଡିପାର ଅଭିଯାନ ଚାଲିଛି ରାଜଧାନୀରେ । ଦୀର୍ଘ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ୍‌ରେ 70ରୁ ଅଧିକ ନିଶା ବେପାରୀ ଗିରଫ ହୋଇଥିବା ବେଳେ ଯେଉଁ ମାନେ ପ୍ରତ୍ୟେକ ଦିନ ନିଶା ବେପାର କରୁଥିଲେ ସେମାନଙ୍କ ଘର ଭଙ୍ଗାଯାଇଛି । ସେମାନଙ୍କୁ ରାଜଧାନୀରୁ ତଡିପାର କରାଯାଇଛି । ଆଗକୁ ଏଭଳି ଭାବରେ ନିଶା କାରବାର ଉପରେ ଚଢାଉ କରାଯିବା ସହ ନିଶା ମୁକ୍ତ ପାଇଁ ପ୍ରୟାସ କରୁଛି କମିଶନରେଟ ପୋଲିସ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details