ଭୁବନେଶ୍ବର: ବେସରକାରୀ ହସ୍ପିଟାଲ ଗୁଡ଼ିକର ମନମାନୀ । ହୁହୁ ହେଇ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଚିକିତ୍ସା କରିବାକୁ ରାଜି ହେଉନାହାନ୍ତି । ଫଳରେ ଅନେକ ରୋଗୀଙ୍କୁ ଫେରାଇ ଦେଉଛନ୍ତି ବେସରକାରୀ ହସ୍ପିଟାଲ । ଯାହାକୁ ନେଇ ଅନେକ ଅଭିଯୋଗ ପରେ ମୁଖ୍ଯ ଶାସନ ସଚିବଙ୍କ ପାଖରେ ଅଭିଯୋଗ ପହଁଚିଛି । ଏନେଇ ୧୦୦ କୁ କଲ କରିବାକୁ କୁହାଯାଇଛି ।
ଯଦି କୌଣସି ରୋଗୀଙ୍କୁ ବେସରକାରୀ ହସ୍ପିଟାଲ ଚିକିତ୍ସା ନକରି ଫେରାନ୍ତି ତେବେ ତୁରନ୍ତ ୧୦୦ କୁ କଲ କରନ୍ତୁ ଏନେଇ କଣ୍ଟ୍ରୋଲ ରୁମ ଜରିଆରେ ସହାୟତା କରାଯିବ ବୋଲି ପୋଲିସ କମିସନର ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି । ବିଶେଷ କରି ଲକଡାଉନ ସମୟରେ ଭୁବନେଶ୍ବର ବାହାରୁ ଅନେକ ରୋଗୀ ଭୁବନେଶ୍ବର ଆସୁଛନ୍ତି ।