ଓଡିଶା

odisha

ETV Bharat / city

‘ଟିକାଦାନ କେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାଇଲେ ପୌର ନିର୍ବାଚନରେ ମିଳିବ ଫାଇଦା’ - modi statement in vaccination centre

ଟିକାଦାନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ନଥିବାରୁ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ଚିରୁଥିବା ଦେଖିବାକୁ ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଟିକାଦାନ କେନ୍ଦ୍ରରେ ମୋଦିଙ୍କ ପୋଷ୍ଟର ଲଗାଇଲେ ଦଳକୁ ଆସନ୍ତା ନିର୍ବାଚନରେ ଫାଇଦା ମିଳିବ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଅଧିକ ପଢନ୍ତୁ...

‘ଟିକାଦାନ କେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାଇଲେ ପୌର ନିର୍ବାଚନରେ ମିଳିବ ଫାଇଦା’
ଟିକାଦାନ କେନ୍ଦ୍ରରେ ମୋଦିଙ୍କ ଫଟୋ ନିର୍ବାଚନରେ ଫାଇଦା ହେବ: ଗୋଲକ ମହାପାତ୍ର

By

Published : Jun 23, 2021, 8:23 PM IST

ଭୁବନେଶ୍ବର: ଟିକା କେନ୍ଦ୍ରରେ ପୋଷ୍ଟରକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ଗୋଟିଏ ପଟେ ଟିକା କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନଥିବାକୁ ନେଇ ବିଜେପି ସମର୍ଥକ ଅନେକ ସ୍ଥାନରେ ବିକ୍ଷୋଭ କରିବା ସହ ଟିକା କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରୁଥିବା ଦେଖିବାକୁ ମିଳିଛି । ପୁଣି କେଉଁଠି ବିଜେପି କର୍ମୀମାନେ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଉଥିବା ଦେଖାଯାଇଛି ।

‘ଟିକାଦାନ କେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାଇଲେ ପୌର ନିର୍ବାଚନରେ ମିଳିବ ଫାଇଦା’

ଏହାରି ଭିତରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଟିକା କେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାଇଲେ ଆଗାମୀ ଦିନରେ ଭୁବନେଶ୍ୱରରେ ହେବାକୁ ଥିବା ପୌର ନିର୍ବାଚନରେ ଦଳକୁ ଫାଇଦା ହେବ । ଏଣୁ ସମସ୍ତ କର୍ମୀ ବିଭିନ୍ନ ଟିକା କେନ୍ଦ୍ର ବୁଲିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇବା ପାଇଁ କର୍ମୀମାନଙ୍କୁ କୁହାଯାଇଛି ।

ଏହାସହ ସେ କହିଛନ୍ତି ଯେ, ଟୀକାକରଣ ଭଳି ଏତେ ବଡ କାମ ହାତକୁ ନିଆଯାଇଛି । ଏଣୁ ଏହାର ଫାଇଦା ଉଠାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି ଗୋଲକ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ କର୍ମୀ ମାନଙ୍କ ଉଦ୍ଦେଶ୍ୟରେ ଏହି କଥା କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଏହି ଅବସରରେ ଦଳର ସଭାପତି ସମୀର ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏବଂ ଏସସି ମୋର୍ଚ୍ଚା ସଭାପତି ବିଭୁ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details