ଭୁବନେଶ୍ବର: ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି(ଶୁକ୍ରବାର) ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ 5ଟାରେ ଭର୍ଚୁଆଲ ବୈଠକ ହେବ । ଅଶାନ୍ତ ସୀମାର ସମାଧାନ ପାଇଁ ସମସ୍ତ ଦଳର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବ। ଏହି ଅବସରରେ ବିଜେଡି ମଧ୍ୟ ସାମିଲ ହେବ ।
ଭାରତ-ଚାଇନା ସଂଘର୍ଷକୁ ନେଇ ଏହି ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗଦେବ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବିଜେଡି ପକ୍ଷରୁ ପିନାକୀ ମିଶ୍ର ତାଙ୍କର ମତ ଉପସ୍ଥାପନା କରିବେ । ଏହି ବୈଠକରେ ପାଖାପାଖି 20 ଦଳ ସାମିଲ ହେବେ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।