ଓଡିଶା

odisha

ETV Bharat / city

ପୁରୀ ହାଜତ ମୃତ୍ୟୁ ମାମଲା; ରାଜ୍ୟ ସରକାରଙ୍କୁ ଏନଏଚଆରସିର ନୋଟିସ୍‌

ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ ଦେଲେ ଏନଏଚଆରସି । ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଘଟଣାକୁ ନେଇ ଏନଏଚଆରସିଙ୍କ ଦ୍ବାରସ୍ଥ ହୋଇଥିଲେ । ଅଧିକ ପଢନ୍ତୁ...

By

Published : Nov 20, 2020, 6:27 PM IST

Updated : Nov 20, 2020, 7:41 PM IST

ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା

ନୂଆଦିଲ୍ଲୀ/ଭୁବନେଶ୍ବର: ପୁରୀରେ ପୋଲିସ ହେପାଜତରେ ଥିବା କେ ରମେଶଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ନୋଟିସ କରିଥିବା ସୂଚନା । ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଘଟଣା ନେଇ ନୋଟିସ କରିଛନ୍ତି ଏନଏଚଆରସି । 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଏନଏଚଆରସି ପକ୍ଷରୁ କୁହାଯାଇଛି ।

ପୁରୀ ହାଜତ ମୃତ୍ୟୁ ମାମଲା; ରାଜ୍ୟ ସରକାରଙ୍କୁ ଏନଏଚଆରସିର ନୋଟିସ୍‌

ଆଜି ହାଜତ ମୃତ୍ୟୁ ନେଇ ଏନଏଚଆରସିର ଦ୍ବାରସ୍ଥ ହୋଇଥିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ମୃତବ୍ୟକ୍ତିଙ୍କ ପିତାମାତାଙ୍କୁ ସ୍ଥାନୀୟ ପୋଲିସ ଅମାନୁଷିକ ଉପାୟରେ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିଥିବାର ମଧ୍ୟ ଅଭିଯୋଗ କରିଥିଲେ । ଏହାସହ ହିନ୍ଦୁ ରୀତିନୀତି ପାଳନ ନକରି ତାଙ୍କର ମୃତଦେହକୁ ପୋଲିସ ସତ୍କାର କରିଥିବାର ମଧ୍ୟ ଅଭିଯୋଗ କରିଥିଲେ ସମ୍ବିତ ।

ସେହିପରି ଘଟଣାକୁ ନେଇ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି ଜଣାଇଛନ୍ତି । ସୂଚନାଥାଉକି, ଗତକାଲି ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଛି । ଯୁବକ କେ. ରମେଶଙ୍କୁ ଥାନା ଭିତରେ ପିଟିପିଟି ମାରି ଦେଇଥିବାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତାଙ୍କ ଦେହସାରା ମାଡ ଦାଗ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯାହାକୁ ନେଇ ପୁରୀରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 20, 2020, 7:41 PM IST

ABOUT THE AUTHOR

...view details