ଓଡିଶା

odisha

ETV Bharat / city

ଖୋଲିଲା ନିମନ୍ତ୍ରଣ, ଲୋକପ୍ରିୟ ହେବ ଓଡିଆ ବ୍ୟଞ୍ଜନ

ପାରମ୍ପରିକ ଓଡିଆ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ରାଜଧାନୀରେ ଖୋଲିଲା ଖାଣ୍ଟି ଓଡିଆ ରେଷ୍ଟୁରାଣ୍ଟ ନିମନ୍ତ୍ରଣ । ପୋଡ ପିଠା କାଟି ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Sep 3, 2021, 9:47 PM IST

ଖୋଲିଲା ନିମନ୍ତ୍ରଣ, ଲୋକପ୍ରିୟ ହେବ ଓଡିଆ ବ୍ୟଞ୍ଜନ
ଖୋଲିଲା ନିମନ୍ତ୍ରଣ, ଲୋକପ୍ରିୟ ହେବ ଓଡିଆ ବ୍ୟଞ୍ଜନ

ଭୁବନେଶ୍ବର: ବିଶ୍ବ ଦରବାରରେ ଉତ୍କଳୀୟ ସଂସ୍କୃତି ଓ ଖାଦ୍ୟର ସ୍ବତନ୍ତ୍ର ପରିଚୟ ରହିଛି । ହେଲେ ଦୁଃଖର ବିଷୟ, ଧୀରେ ଧୀର ପାରମ୍ପରିକ ଓଡିଆ ଖାଦ୍ୟର ଚାହିଦା ଓ ପ୍ରଚାର ପ୍ରସାର କମି କମି ଯାଉଛି । ତେଣୁ ଏହି ଓଡିଆ ବ୍ୟଞ୍ଜନର ଲୋକପ୍ରିୟତା ବଜାୟ ରଖିବାକୁ ଏବଂ ହାତ ପାହାନ୍ତାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଡିଟିସି ପକ୍ଷରୁ ଏକ ମହତ୍ ପଦକ୍ଷେପ ନିଆଯାଇଛି ।

ଖୋଲିଲା ନିମନ୍ତ୍ରଣ, ଲୋକପ୍ରିୟ ହେବ ଓଡିଆ ବ୍ୟଞ୍ଜନ

ଭୁବନେଶ୍ବରସ୍ଥିତ ସହୀଦ ନଗରରେ ଖୋଲାଯାଇଛି ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଣ୍ଟ 'ନିମନ୍ତ୍ରଣ' । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ରେଷ୍ଟୁରାଣ୍ଟକୁ ଲୋକାର୍ପିତ କରାଯାଇଛି । ରେଷ୍ଟୁରାଣ୍ଟର ଉଦ୍ଦେଶ୍ୟ ଓଡିଆ ଖାଦ୍ୟକୁ ଲୋକପ୍ରିୟ କରିବା ।

ଖୋଲିଲା ନିମନ୍ତ୍ରଣ, ଲୋକପ୍ରିୟ ହେବ ଓଡିଆ ବ୍ୟଞ୍ଜନ

ପ୍ରଥମ କରି ଭୁବନେଶ୍ବରରେ 'ନିମନ୍ତ୍ରଣ' ଖୋଲା ଯାଇଥିବାବେଳେ ଆଗକୁ ପୁରୀ ଓ ସମ୍ବଲପୁରରେ ଖୋଲା ଯିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏବଂ ପାରମ୍ପରିକ ଓଡିଆ ବ୍ୟଞ୍ଜନକୁ ପ୍ରୋତ୍ସାହନ ଯୋଗାଇବାକୁ ଏଠାରେ ଓଡିଶାର ଘରୋଇ ଖାଦ୍ୟ ମିଳିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

ଖୋଲିଲା ନିମନ୍ତ୍ରଣ, ଲୋକପ୍ରିୟ ହେବ ଓଡିଆ ବ୍ୟଞ୍ଜନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ 125 କେଜି ବିଶିଷ୍ଟ ଓଡିଶା ମାନଚିତ୍ର ସଦୃଶ୍ୟ ପୋଡା ପିଠାକୁ କାଟି ରେଷ୍ଟୁରାଣ୍ଟର ଶୁଭାରମ୍ଭ କରିଛନ୍ତି । ରେଷ୍ଟୁରାଣ୍ଟରେ ଟଙ୍କପାଣିର ବ୍ୟବସ୍ଥା ମଧ୍ୟ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details