ଓଡିଶା

odisha

By

Published : Feb 19, 2021, 4:21 PM IST

Updated : Feb 19, 2021, 4:35 PM IST

ETV Bharat / city

କୃଷି ଆଇନ ଲଢେଇ: ଓଡିଶାରେ ବାର୍ତ୍ତା ବାଣ୍ଟୁଛନ୍ତି ପଞ୍ଜାବ ଚାଷୀ

ଓଡିଶାରେ କୃଷି ଆଇନ ବିରୋଧରେ ବାର୍ତ୍ତା ବାଣ୍ଟୁଛନ୍ତି ପଞ୍ଜାବର ଚାଷୀ । ଦେଶର 10 ଟି ରାଜ୍ୟ ବୁଲିସାରିବା ପରେ ଏବେ ଆସି ପହଞ୍ଚିଛନ୍ତି ଓଡିଶାରେ । ଅଧିକ ପଢନ୍ତୁ...

କୃଷି ଆଇନ ଲଢେଇ: ଓଡିଶାରେ ବାର୍ତ୍ତା ବାଣ୍ଟୁଛନ୍ତି ପଞ୍ଜାବ ଚାଷୀ
କୃଷି ଆଇନ ଲଢେଇ: ଓଡିଶାରେ ବାର୍ତ୍ତା ବାଣ୍ଟୁଛନ୍ତି ପଞ୍ଜାବ ଚାଷୀ

ଭୁବନେଶ୍ବର: କାରରେ ବୁଲି ନୂତନ କୃଷି ଆଇନକୁ ନେଇ ବାର୍ତ୍ତା ବାଣ୍ଟୁଛନ୍ତି ପଞ୍ଜାବ ଚାଷୀ । ଏହି ଆଇନ କଣ, ଏଥିରେ ଯୋଡି ହୋଇଥିବା ନୂଆ କଥା କଣ ଏବଂ ଏହି ଆଇନ ଫଳରେ କୃଷକ ଉପରେ କି କି ପ୍ରଭାବ ପଡିବ ସେନେଇ ଲୋକଙ୍କୁ ବୁଝାଉଛନ୍ତି ।

କୃଷି ଆଇନ ଲଢେଇ: ଓଡିଶାରେ ବାର୍ତ୍ତା ବାଣ୍ଟୁଛନ୍ତି ପଞ୍ଜାବ ଚାଷୀ
ତେବେ ଗୋଟିଏ ପଟେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହି ଥିବାବେଳେ ଏହି ଆଇନ ବିରୋଧରେ ଲୋକଙ୍କୁ ବାର୍ତ୍ତା ବାଣ୍ଟୁଛନ୍ତି ପଞ୍ଜାବ ଚାଷୀ । ଏଭଳି ସ୍ଥିତିରେ ପଞ୍ଜାବର ଚାଷୀ ମଞ୍ଜେନ୍ଦ୍ର ସିଂ ଦେଶର ବିଭିନ୍ନ ରାଜ୍ୟକୁ ଯାଇ କାରରେ ବୁଲି ବୁଲି ଲୋକଙ୍କୁ କୃଷି ଆଇନ ବାବଦରେ ବୁଝାଉଛନ୍ତି ।

ତେବେ ମଞ୍ଜେନ୍ଦ୍ର ଆସାମ, ମଣିପୁର, ଛତିଶଗଡ ସହ ସାରା ଦେଶର ୧୦ ରୁ ଊର୍ଦ୍ଧ୍ବ ରାଜ୍ୟ ଯାଇସାରି ଥିବାବେଳେ ଏବେ ଆସି ପହଞ୍ଚିଛନ୍ତି ଓଡିଶାରେ । ରାଜ୍ୟର ଚାଷୀମାନଙ୍କ ପାଖରେ ପହଞ୍ଚି କୃଷି ଆଇନ ବିରୋଧରେ ଲୋକଙ୍କୁ ବୁଝାଉଛନ୍ତି ପଞ୍ଜାବର ମଞ୍ଜେନ୍ଦ୍ର ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 19, 2021, 4:35 PM IST

ABOUT THE AUTHOR

...view details