ଓଡିଶା

odisha

By

Published : Jun 27, 2020, 7:58 PM IST

ETV Bharat / city

କଟକରେ କୋଭିଡ ମୁକାବିଲାରେ ପୂଜା କମିଟିର ରହିଛି ବଡ ଭୂମିକା: ସିଏମସି କମିଶନର

କୋରୋନାକୁ ନେଇ ସିଏମସି କମିଶନରଙ୍କ ବିବୃତ୍ତି । କଟକରେ କୋଭିଡ ମୁକାବିଲା ପାଇଁ ପୂଜା ଓ ସାହି କମିଟିଙ୍କର ମୁଖ୍ୟ ଭୂମିକା ଥିବା କହିଛନ୍ତି କମିଶନର ଅନନ୍ୟା ଦାସ । ଅଧିକ ପଢନ୍ତୁ...

କଟକରେ କୋଭିଡ ମୁକାବିଲା ପାଇଁ ପୂଜା କମିଟିଙ୍କର ରହିଛି ବଡ ଭୂମିକା: ସିଏମସି କମିଶନର
କଟକରେ କୋଭିଡ ମୁକାବିଲା ପାଇଁ ପୂଜା କମିଟିଙ୍କର ରହିଛି ବଡ ଭୂମିକା: ସିଏମସି କମିଶନର

ଭୁବନେଶ୍ବର: କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା ସମୟରେ କଟକରେ କିନ୍ତୁ ସ୍ଥିତି ଏବେ ଭଲ ରହିଛି । କଟକରେ କୋଭିଡ ମୁକାବିଲା ପାଇଁ ପୂଜା ଓ ସାହି କମିଟିଙ୍କର ମୁଖ୍ୟ ଭୂମିକା ରହିଥିବା କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସିଏମସି କମିଶନର କହିଛନ୍ତି, କଟକ ସହର ଏକ ହଜାର ବର୍ଷର ସହର ହେବା ସହ ଭାଇଚାରାର ସହର । କୋଭିଡ ମହାମାରୀକୁ ନେଇ ପ୍ରଶାସନ ଯେତିକି ସତର୍କ ରହୁଛି ସେତିକି ସାହି ଓ ପୂଜା କମିଟି ମଧ୍ୟ । ସମସ୍ତଙ୍କ ସମନ୍ୱୟରେ କଟକ ସହରରେ ଭଲ ସ୍ଥିତିରେ ରହିଛି ।

କଟକରେ କୋଭିଡ ମୁକାବିଲା ପାଇଁ ପୂଜା କମିଟିଙ୍କର ରହିଛି ବଡ ଭୂମିକା: ସିଏମସି କମିଶନର
ସିଏମସି କମିଶନରଙ୍କ ସୂଚନା ଅନୁଯାୟୀ କଟକ ସହର ମ୍ୟୁନିସିପାଲିଟି ଅଞ୍ଚଳରେ 59 ୱାର୍ଡ ରହିଛି । ପ୍ରତି ୱାର୍ଡ ପାଇଁ କମିଟି ଗଠନ କରାଯାଇଛି । ସେହିପରି କଟକରେ 179 ପୂଜା କମିଟି ଓ ସାହି କମିଟି ରହିଛି । ପ୍ରତି ୱାର୍ଡ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କର ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ । କଟକରେ ରାପିଡି ଟେଷ୍ଟ ପାଇଁ 10ଟି ଟିମ ଗଠନ କରାଯାଇଛି । ଗୋଟେ ଏମବିବିଏସ ଓ ଆୟୁଷ ଡାକ୍ତର ରହିଛନ୍ତି । ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯାଉଛି । କୋରୋନା ସୂଚନା ପାଇଁ କଣ୍ଟ୍ରୋଲ ରୁମ (7077775555) ନମ୍ବର ଜାରି କରାଯାଇଛି। କୋରୋନାକୁ ନେଇ ଏହି ନମ୍ବରରେ ସୂଚନା ଦେଉଛନ୍ତି ସାହି ଓ ପୂଜା କମିଟିର ସଦସ୍ୟ ।


ସେହିପରି କଟକରେ 10 ହଜାର ବୟସ୍କ ଲୋକଙ୍କର ତାଲିକା ପ୍ରସ୍ତୁତ କରିଛି ପୋଲିସ । ଯାହାଙ୍କ ପାଇଁ ଏହି ମହାମାରୀ ସମୟରେ ସିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯିବ । ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଗଠନ ହୋଇଛି । ଜିଲ୍ଲା ପ୍ରଶାସନ, ପୋଲିସ, ମଧ୍ୟରେ ଭଲ ସମନ୍ୱୟ ରହିଛି । କଟକ ସହରକୁ ବାହାର ଜିଲ୍ଲା ତଥା ରାଜ୍ୟରୁ ମୋଟ 5101 ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ 3892 ଜଣ କ୍ବାରେଣ୍ଟାଇନ ସେଣ୍ଟର ତଥା କ୍ବାରେଣ୍ଚାଇନ ଅବଧି ଶେଷ କରିସାରିଛନ୍ତି । ସରକାରୀ କ୍ବାରେଣ୍ଟାଇନରେ 949 ଜଣ ରହିଥିବାବେଳେ 260 ଜଣ ହୋଟେଲରେ ପେଡ କ୍ବାରେଣ୍ଟାଇନରେ ରହିଛନ୍ତି ।


କଟକରେ 18ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ରହିଛି । ସେଥିରେ 1290 ବେଡ଼ ରହିଥିବାବେଳେ 171 ଆକ୍ଟିଭ ବେଡ଼ ରହିଛି । ସେହିପରି ପେଡ ହୋଟେଲ ପାଇଁ 10 ହୋଟେଲର ବ୍ୟବସ୍ତା କରାଯାଇଛି । 10ଟି ହୋଟେଲରେ 229 ବେଡ଼ର ବ୍ୟବସ୍ତା କରାଯାଇଛି । ସେଥିରୁ 51 ବେଡ଼ ବ୍ୟବହାର ହୋଇଛି । ଅନ୍ୟପକ୍ଷେ 104 କଣ୍ଟ୍ରୋଲ ରୁମରେ ଜଣେ ଲେଖାଏଁ ଡାକ୍ତର ଓ ଜଣେ ପାରା ମେଡିକାଲ ଅଧିକାରୀ ରହିଛନ୍ତି। କଟକ ସହରକୁ କିଏ ଆସୁଛି କେଉଁଠାରୁ ଆସୁଛି ସେନେଇ ତଥ୍ୟ ଦେବାରେ ପୂଜା କମିଟି ହେଉ ଅବା ସାହି କମିଟି ସମ୍ପୂର୍ଣ୍ଣ ଭାବରେ ତଥ୍ୟ ପ୍ରଦାନ କରାଯାଉଛି। ଯଦି ପଜିଟିଭ ମାମଲା ଆସେ ତାହାଲେ ଲୋକମାନଙ୍କୁ କାଉନ୍ସିଲ କରିବାକୁ ଡାକ୍ତରମାନଙ୍କୁ ରଖାଯାଇଛି । ଆରଆରଟି କଣ୍ଟାକଟ ଟ୍ରେସିଂ ମଧ୍ୟ କରାଯାଉଛି । ସମସ୍ତ ଡାକ୍ତର ଓ ଅନ୍ୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବରେ ଟ୍ରେନିଂ ଦିଆଯାଉଛି ।

କମ୍ୟୁନିଟି ସଂକ୍ରମଣ ରୋକିବା ପାଇଁ କଟକ ସହରରେ ବିଭିନ୍ନ ପଦକ୍ଷପ ନିଆଯାଇଛି । ବର୍ତ୍ତମାନସୁଦ୍ଧା ରାଜ୍ୟରେ ସମସ୍ତ ଟ୍ରେନ, ଫ୍ଲାଇଟ ଓ ବସ ଚଳାଚଳ କରୁଛି । ସେଥିରେ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା ପାଇଁ ଏକ ୱାର୍ଡ ଲେବୁଲ କମିଟି ଗଠନ କରାଯାଇଛି ।


65 ବର୍ଷର ବ୍ୟକ୍ତି, ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ସଚେତନ କରାଯାଉଛି । ଘରଘର ବୁଲି ସର୍ଭେ କରାଯାଉଛି । 239 ଆଶା କର୍ମୀ , 67 ସ୍ୱାସ୍ଥ୍ୟକର୍ମୀ ଘରଘର ବୁଲି ସର୍ଭେ କରୁଛନ୍ତି । ବସ୍ତି ଅଞ୍ଚଳରେ ଏପ୍ରିଲ ମାସଠାରୁ ସ୍କ୍ରିନିଂ ଜାରି ରହିଛି । ଏଥିରେ ଆଶା କର୍ମୀ, ଅଙ୍ଗନାବାଡି କର୍ମୀ ଓ ସ୍ୱାସ୍ଥ୍ୟ ଅଧିକାରୀ ସାହାଯ୍ୟ କରୁଛନ୍ତି । କଟକରେ ମୋଟ 34 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 21 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 11 ଜଣ ସକ୍ରିୟ ରହିଥିବାବେଳେ 2 ଜଣ ମୃତ୍ୟୁ ଘଟିଛି । ଏଥିସହ 5 ଜଣ ବ୍ୟକ୍ତି ଲୋକାଲ ସଂକ୍ରମଣ ହୋଇଛନ୍ତି ବୋଲି ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details