ଓଡିଶା

odisha

ETV Bharat / city

ପୂଜା ଡ୍ଯୁଟିରେ ପୋଲିସ କର୍ମଚାରୀ, ପରିବାର ସହ ନାଚିଲେ ଅଭିନେତ୍ରୀ - ନାଚ ଗୀତରେ ପୋଲିସ ପରିବାର

କାର୍ଯ୍ୟ ବ୍ୟସ୍ତତା ଆଉ କର୍ତ୍ତବ୍ୟ ନିଷ୍ଠାରେ ସମର୍ପି ଦେଇଛନ୍ତି ଜୀବନ । କର୍ତ୍ତବ୍ୟ ପାଇଁ ପରିବାରକୁ ଦେଇପାରୁନାହାଁନ୍ତି ସମୟ । ଆଉ ଏପରି ମୁହୂର୍ତ୍ତରେ ସେମାନଙ୍କ ପରିବାର ଲୋକଙ୍କୁ ଆନନ୍ଦ ଟିକିଏ ଦେବାକୁ ଆଗେଇ ଆସିଛି ପୋଲିସ କଲ୍ୟାଣ ସମିତି । ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ ନାଚ ଗୀତ ମାଧ୍ୟମରେ ପୋଲିସ ପରିବାରର ମନରଞ୍ଜନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 8, 2019, 6:13 PM IST

ଭୁବନେଶ୍ବର: ନାଚ ଗୀତରେ ମସଗୁଲ ପୋଲିସ ପରିବାର । ନିଜ କର୍ତ୍ତ୍ୟବରେ ବ୍ୟସ୍ତ ରହୁଥିବା ପୋଲିସ ଅଧିକାରୀଙ୍କ ପରିବାରକୁ ମନୋରଞ୍ଜନ କରିଛନ୍ତି ଓଲିଉଡର ଅଭିନେତା ଓ ଅଭିନେତ୍ରୀ । ନାଚିଲେ, ନଚାଇଲେ ଓ ମନଭରି ସେଲଫି ମଧ୍ୟ ନେଲେ । ଏମିତି କିଛି ଦୃଶ୍ୟ ଥିଲା ପୋଲିସ କମିସନରେଟ ମୁଖ୍ୟାଳୟରେ । ଅବସର ଥିଲା ଦଶହରା ।

ପୋଲିସ ପରିବାରକୁ ଖୁସି ମନାଇଲେ ଅଭିନେତା, ଅଭିନେତ୍ରୀ
ଦଶହରା ଡ୍ୟୁଟି ଯୋଗୁଁ ପୋଲିସ ଅଧିକାରୀ ପରିବାର ସହ ପୂଜା ମଉଜ ଉଠାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀଙ୍କ ପରିବାରକୁ ଖୁସି ଦେଇଛନ୍ତି ଅଭିନେତା ଓ ଅଭିନେତ୍ରୀ । ଓଲିଉଡ କଳାକାର ସବ୍ୟସାଚୀ, ଅର୍ଚ୍ଚତା, ଲିପସା ଓ ଅନେକ ଅଭିନେତା ଗୀତ ନାଚ ମାଧ୍ୟମରେ ମନୋରଞ୍ଜନ କରିଥିଲେ ।

ରିଲ ଲାଇଫ ଏବଂ ରିୟଲ ଲାଇଫକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଯାହାର ମନଭରି ଆନନ୍ଦ ଉଠାଇଥିଲେ ପୋଲିସ ପରିବାର । ରାଜ୍ୟ ଓ ରାଷ୍ଟ୍ର ଦାୟିତ୍ବରେ ସମର୍ପିତ ଏହି ଅଧିକାରୀ । ଫଳରେ ପରିବାର ଲୋକଙ୍କୁ ସମୟ ଦେଇପାରନ୍ତି ନାହିଁ । ପୋଲିସ କଲ୍ୟାଣ ସମିତି ଏପରି ଏକ ଅଭିନବ ଅଭିଯାନ କରି ସେମାନଙ୍କୁ ଆନନ୍ଦ ଦେଇପାରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details