ଭୁବନେଶ୍ବର: ରାତି ପାହିଲେ ସରସ୍ବତୀ ପୂଜା। କୋରୋନା କଟକଣା କୋହଳ ପରେ ଏକ ସାମୁହିକ ପୂଜା ଉତ୍ସବ ପଡ଼ୁଥିବାରୁ ବଜାର ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳୁଛି।
ଭୁବନେଶ୍ବରର ବିଭିନ୍ନ ବଜାର ଓ ଛକ ମାନଙ୍କରେ ମାଙ୍କ ମୃଣ୍ମୟୀ ମୃତ୍ତି ବିକ୍ରୟ କରାଯାଉଛି। ପୂର୍ବ ବର୍ଷ ତୁଳନାରେ ଏଥର ବଜାରରେ କମ ସଂଖ୍ୟକ ମୂର୍ତ୍ତି କାରିଗର ସେମାନଙ୍କ ପଶରା ଖୋଲିଥିବା ବେଳେ ଏଥର ସ୍କୁଲ କଲେଜ ବନ୍ଦ ରହିବା ପାଇଁ ସରକାର ଘୋଷଣା କରିଛନ୍ତି। ଯେଉଁଥି ପାଇଁ ମୂର୍ତ୍ତି ଗୁଡିକର ଚଢା ଦରଦାମ ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ନିକଟରେ କୌଣସି ବିକଳ୍ପ ରହୁନାହିଁ।