ଓଡିଶା

odisha

ETV Bharat / city

ଭାରତ ବନ୍ଦକୁ ବିରୋଧ, ବିରୋଧୀଙ୍କୁ ନିନ୍ଦା କଲେ ବିମାନ ଯାତ୍ରୀ - ଭାରତ ବନ୍ଦ

ବିରୋଧୀ ଦଳଙ୍କ ନିକଟରେ କୌଣସି ବିକଳ୍ପ ନଥିବାରୁ କେନ୍ଦ୍ର ସରକାରଙ୍କ ସମସ୍ତ ନୀତି ବିରୁଦ୍ଧରେ ଅପପ୍ରଚାର ଚଳାଉ ଥିବା କହିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅପେକ୍ଷାରତ ବିମାନ ଯାତ୍ରୀ। ଏହା ସହିତ ସେମାନେ ମୋଦି ମୋଦି ନାରା ଦେଇ ପ୍ରଧାନମନ୍ତ୍ରୀ ଜଣେ ସଚ୍ଚୋଟ ଲୋକ ଓ ସେ ଦେଶର ବିକାଶ ପାଇଁ କାର୍ଯ୍ୟ କରୁଥିବାବେଳେ କିଛି ଦୁଷ୍ଟ ପ୍ରକୃତିର ଲୋକ ତାଙ୍କ ଗୋଡ ଟାଣିବାରେ ଲାଗିଥିବା କହିଛନ୍ତି।

public-support-modi-agains-to-bharat-band
public-support-modi-agains-to-bharat-band

By

Published : Jan 8, 2020, 9:27 PM IST

ଭୁବନେଶ୍ବର: ସମଗ୍ର ଦେଶରେ ବନ୍ଦ ପାଳନ ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପଡିଛି ଏହାର ପ୍ରଭାବ । ବାହାର ରାଜ୍ୟରୁ ଆସିଥିବା କିଛି ଯାତ୍ରୀ ବିଶେଷକରି ଏହି ବନ୍ଦ ଦ୍ବାରା ପ୍ରଭାବିତ ହୋଇଛନ୍ତି । କିନ୍ତୁ ବିମାନବନ୍ଦର ବାହାରେ ଅପେକ୍ଷା କରିଥିବା କିଛି ଯାତ୍ରୀମାନେ ଭାରତ ବନ୍ଦକୁ ବିରୋଧ କରିଛନ୍ତି ।

ଭାରତ ବନ୍ଦକୁ ଅସମର୍ଥନ, ବିରୋଧୀଙ୍କୁ ନିନ୍ଦା କଲେ ବିମାନ ଯାତ୍ରୀ

ଏହା ସହ ବିରୋଧୀ ଦଳଙ୍କ ନିକଟରେ କୌଣସି ବିକଳ୍ପ ନଥିବାରୁ କେନ୍ଦ୍ର ସରକାରଙ୍କ ସମସ୍ତ ନୀତି ବିରୁଦ୍ଧରେ ଅପପ୍ରଚାର ଚଳାଉ ଥିବା କହିଛନ୍ତି ଏହି ଯାତ୍ରୀ। ଏହା ସହିତ ସେମାନେ ମୋଦି ମୋଦି ନାରା ଦେଇ ପ୍ରଧାନମନ୍ତ୍ରୀ ଜଣେ ସଚ୍ଚୋଟ ଲୋକ ଓ ସେ ଦେଶର ବିକାଶ ପାଇଁ କାର୍ଯ୍ୟ କରୁଥିବାବେଳେ କିଛି ଦୁଷ୍ଟ ପ୍ରକୃତିର ଲୋକ ତାଙ୍କ ଗୋଡ ଟାଣିବାରେ ଲାଗିଥିବା କହିଛନ୍ତି।

ସମ୍ବିଧାନର ଦ୍ବାହି ଦେଇ କେନ୍ଦ୍ର ସରକାର ଭାରତକୁ ଧ୍ବଂସ ଆଡ଼କୁ ଅଗ୍ରସର କରି ନେଉଥିବା ଅଭିଯୋଗକୁ ସେମାନେ ଖାରଜ କରିବା ସହ ପ୍ରତିବାଦ ପାଇଁ ଅନେକ ମାର୍ଗ ଥିବାବେଳେ ବନ୍ଦ କରି ଲୋକମାନଙ୍କୁ ହଇରାଣ କରିବାକୁ ବିରୋଧ କରିଛନ୍ତି। ସେହିପରି ଅନେକ ଯାତ୍ରୀ ପ୍ରତିବାଦର ପନ୍ଥା ସ୍ବରୂପ କଳା ବ୍ୟାଚ ପରିଧାନ, ଗାନ୍ଧୀନୀତି ଆପଣାଇବା ସହ ଅହିଂସା ଆନ୍ଦୋଳନ, ନତୁବା ବାରମ୍ବାର ଆଲୋଚନା ଦ୍ବାରା ସମସ୍ୟା ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ।

ଏପରି ଆନ୍ଦୋଳନ ଦ୍ବାରା ଯଦି କିଛି ସମାଧାନ ହେଉଥାନ୍ତା ତେବେ ଏହା କରିବା ଠିକ ବୋଲି କହିଛନ୍ତି। ଏହା ସହିତ ଆଗାମୀ ଦିନରେ ସରକାର ଏସବୁ ଦିଗକୁ ବିଚାରକୁ ନେଇ ଭାରତ ବନ୍ଦ ନାମରେ ଦେଶରେ ଅରାଜକତା ସୃଷ୍ଟି କରି ଦେଶର ସମ୍ପତି ନଷ୍ଟ କରୁଥିବା ସଂଗଠନ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ଠାରୁ ଏହାର ଭରଣା ପାଇଁ ନିୟମ କରିବାକୁ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details