ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ରାଜ୍ୟରେ ସଂକ୍ରମଣ ସ୍ଥିତି କମିବା ସ୍ତରରେ ଅଛି, କିନ୍ତୁ ପୁରା ତଳକୁ ଆସିନି । ଟୀକାକରଣ ଅଧିକ ହେଉଥିବାରୁ ଲୋକଙ୍କ ନିକଟରେ ଲକ୍ଷଣ କମ ରହୁଛି । ପ୍ରଥମ ଡୋଜ୍ ଟିକା ଲାଗି ରାଜ୍ୟରେ ୨୧ ଲକ୍ଷ ଲୋକ ବାକି ରହିଛନ୍ତି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ ବୋଲି ଅନୁରୋଧ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ନେବାକୁ ସେ କହିଛନ୍ତି । ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କୋଭିଡ ତଳମୁହାଁ ହେଉଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏଁ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡାର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ୟନ୍ତ ଆମେ ତଳକୁ ଆସିନେ ବୋଲି ସେ କହିଛନ୍ତି ।