ଭୁବନେଶ୍ବର: ରାଜ୍ୟରେ ବହୁତ ଲୋକ ଥଣ୍ଡା, କାଶ ଓ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ଲକ୍ଷଣ ଦେଖାଗଲେ ନିଜକୁ ସଂଗରୋଧରେ ରଖିବା ସହ କୋଭିଡ୍ ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗରେ ପରାମର୍ଶ । ସାଧାରଣ ଥଣ୍ଡା ,କାଶ ଓ ଜ୍ବର କରୋନାର ଡେଲ୍ଟା ବା ଓମିକ୍ରନ ହୋଇପାରେ ଅଥାବା ଏହା ସାଧାରଣ ଜ୍ବର ବି ହୋଇପାରେ।
ତେବେ କୋଭିଡର କୌଣସି ଲକ୍ଷଣ ଦେଖାଯିବା ମାତ୍ରେ ନିଜକୁ ସଂଗରୋଧରେ ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କୌଣସି ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଅନ୍ୟପଟେ ଫେବୃଆରୀ ଶେଷ ଓ ମାର୍ଚ୍ଚ ଆରମ୍ଭରୁ କରୋନା ସଂକ୍ରମଣ ହାର କମି ଯାଇଥିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି । ଯଦି ଥଣ୍ଡା କାଶ ହେଉଛି ତେବେ 5-7ରୁ ଦିନ ପର୍ଯ୍ୟନ୍ତ ନିଜକୁ ସଂଗରୋଧରେ ରଖନ୍ତୁ । ବାହାରକୁ ଯିବା ସମୟରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ । ସେହିଭଳି କିଛି ଲକ୍ଷଣ ଦେଖାଗଲେ ତେବେ ପାରାସିଟାମଲ ଖାଆନ୍ତୁ ଆଉ ଅନ୍ୟ କୌଣସି ମେଡ଼ିସିନ ଖାଆନ୍ତୁ ନାହିଁ ।