ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦିନକୁ ଦିନ ସଂକ୍ରମଣ ଗତି ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ଦୁଇମାସ ଯାଏ ମଧ୍ୟ ସଂକ୍ରମଣ ବୃଦ୍ଧି ରହିବ । ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହ ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ତେଣୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
ଆକ୍ରାନ୍ତ ହେଉଥିବା ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ତେବେ 4ରୁ 5ଟି ଜିଲ୍ଲାରେ ଟିପିଆର ଅଧିକ ରହିଛି । ହେଲେ ହସ୍ପିଟାଲାଇଜେସନ ଓ ଆଇସିୟୁର ଆବଶ୍ୟକତା କମ୍ ରହୁଛି । ଏଥିସହ ରାଜ୍ୟରେ କୋରୋନା ସଂକ୍ରମିତ ମୃତ୍ୟୁହାର ମଧ୍ୟ କମ୍ ରହୁଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ବୃ୍ଦ୍ଧି କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।