ଭୁବନେଶ୍ବର: କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ରାଜ୍ୟର ପ୍ରତି ବ୍ଲକରେ କରାଯିବ ଜନଜାଗରଣ ସଭା । ଏହା ସହିତ ଆସନ୍ତା 18 ତାରିଖ ମହିଳା କୃଷକ ଦିବସରେ ନବରଙ୍ଗପୁର ଠାରେ ବିଶାଳ କୃଷକ ସଭା ଆୟୋଜନ କରାଯିବ ବୋଲି ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ରାଜ୍ୟର ପ୍ରତ୍ୟେକ ବ୍ଲକରେ ହେବ ଜନ ଜାଗରଣ ସଭା - କେନ୍ଦ୍ର ସରକାର
କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ରାଜ୍ୟର ପ୍ରତି ବ୍ଲକରେ କରାଯିବ ଜନଜାଗରଣ ସଭା । ଏହା ସହ ଆସନ୍ତା 18 ତାରିଖ ମହିଳା କୃଷକ ଦିବସରେ ନବରଙ୍ଗପୁର ଠାରେ ବିଶାଳ କୃଷକ ସଭା ଆୟୋଜନ କରାଯିବ । ଅଧିକ ପଢନ୍ତୁ...
![ରାଜ୍ୟର ପ୍ରତ୍ୟେକ ବ୍ଲକରେ ହେବ ଜନ ଜାଗରଣ ସଭା ରାଜ୍ୟର ପ୍ରତ୍ୟେକ ବ୍ଲକରେ ହେବ ଜନ ଜାଗରଣ ସଭା](https://etvbharatimages.akamaized.net/etvbharat/prod-images/768-512-10121112-thumbnail-3x2-bbsr.jpg)
ରାଜ୍ୟର ପ୍ରତ୍ୟେକ ବ୍ଲକରେ ହେବ ଜନ ଜାଗରଣ ସଭା
ରାଜ୍ୟର ପ୍ରତ୍ୟେକ ବ୍ଲକରେ ହେବ ଜନ ଜାଗରଣ ସଭା
ସଙ୍ଘର ସଭାପତି ସଚିନ ମହାପାତ୍ରଙ୍କ କହିବା ଅନୁସାରେ କେନ୍ଦ୍ର ସରକାର ଆଣିଥିବା କୃଷି ସମ୍ବନ୍ଧୀୟ 3ଟି ବିଲ କୃଷକମାନଙ୍କ ସ୍ବାର୍ଥ ହାସଲ ପରିବର୍ତ୍ତେ ସେମାନଙ୍କୁ ଧ୍ବଂସ କରିଦେବ । ତେଣୁ ଏହି ବିଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ, ନଚେତ କୃଷକ ସଙ୍ଗଠନ ପକ୍ଷରୁ ଜାନୁୟାରୀ 26 ତାରିଖରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା କୃଷକ ପ୍ୟାରେଡ଼କୁ ଲାଲକିଲ୍ଲା ଯିବାକୁ ଅନୁମତି ଦିଅନ୍ତୁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମିକାନ୍ତ ଦାସ, ଇଟିଭି ଭାରତ