ଓଡିଶା

odisha

ବେପରୁଆ ଡ୍ରାଇଭିଂ: ତାତିଲେ ଲୋକେ, ଭାଙ୍ଗିଲେ ମୋ ବସ କାଚ

By

Published : Sep 9, 2022, 11:38 AM IST

ମହଙ୍ଗା ପଡ଼ିଲା ବେପରୁଆ ଗାଡ଼ି ଚାଳନା । ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ତାତିଲେ ଲୋକେ। ମୋ ବସ୍ ଉପରକୁ ଆଖିବୁଜା ମାଡ଼ କରିଥିଲେ ଉତ୍ୟକ୍ତ ଲୋକେ । ଅଧିକ ପଢ଼ନ୍ତୁ

ମୋ ବସ୍ ଡ୍ରାଇରଙ୍କ ବେପରୁଆ ଗାଡ଼ି ଚାଳନା : ତାତିଲେ ଲୋକ, ଭାଙ୍ଗିଲେ କାଚ
ମୋ ବସ୍ ଡ୍ରାଇରଙ୍କ ବେପରୁଆ ଗାଡ଼ି ଚାଳନା : ତାତିଲେ ଲୋକ, ଭାଙ୍ଗିଲେ କାଚ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ବେପରୁଆ ଗାଡ଼ି ଚାଳନା । ''ମୋ ବସ୍'' ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ତାତିଲେ ଲୋକେ । ଏହାପରେ ରୁଟ୍ ନମ୍ବର 22-Aର ''ମୋ ବସ୍'' ଉପରକୁ ଆଖିବୁଜା ମାଡ଼ ମାରିଥିଲେ ଉତ୍ୟକ୍ତ ଲୋକେ । ଏପରିକି ଲୁହା ରଡରେ ଆକ୍ରମଣ କରିଥିଲେ ଜଣେ କଲେଜ ପଢୁଆ ଯୁବକ । ଯେଉଁଥିରେ କି ଭାଙ୍ଗି ଯାଇଛି ବସ୍ କାଚ । ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି ଡ୍ରାଇଭର ।

ଏଭଳି ଘଟଣା ଘଟିଛି ସୁନ୍ଦରପଦା ଜଟଣୀ ରାସ୍ତାରେ ଥିବା ଓଇସି କଲେଜ ନିକଟରେ । ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି । ଏତେ ସବୁ ଘଟଣା ଘଟିଯାଇଥିଲେ ମଧ୍ୟ ''ମୋ ବସ୍'' କର୍ତ୍ତୃପକ୍ଷଙ୍କ ପାଖରେ ଏନେଇ କୌଣସି ଖବର ନାହିଁ । ସୂଚନା ମୁତାବକ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ସୁନ୍ଦରପଦା ଦେଇ ଜଟଣୀ ଯାଇଥିଲା 22-A ରୁଟର ''ମୋ ବସ୍'' । ହେଲେ ସୁନ୍ଦରପଦା ପଟରୁ ଆସୁଥିବା ବସଟି ବିରବନ୍ଧ ନିକଟସ୍ଥ ରାସ୍ତାରେ ବସ୍ ଡ୍ରାଇଭର ଜଣକ ରାସ୍ତାକୁ ଜାମ କରି ଯାତ୍ରୀଙ୍କୁ ଉଠାଉଥିଲା । ପାଖାପାଖି ୧୫ ମିନିଟ ଧରି ଯାତ୍ରୀଙ୍କୁ ଉଠାଉଥିଲା । ତେବେ ଏନେଇ ବସ ପଛରେ ଥିବା ଲୋକେ ବାରମ୍ବାର ବସ ସାଇଟ କରିବାକୁ କହିଥିଲେ । କିନ୍ତୁ ଚାଳକ ଜଣକ ଆଦୌ ଶୁଣିନଥିଲେ । ଓଲଟା ଲୋକଙ୍କ ସହ ଯୁକ୍ତି କରିଥିଲେ । ଯାହାକୁ ନେଇ ତାତି ଯାଇଥିଲେ ଲୋକେ ।

ମୋ ବସ୍ ଡ୍ରାଇରଙ୍କ ବେପରୁଆ ଗାଡ଼ି ଚାଳନା : ତାତିଲେ ଲୋକ, ଭାଙ୍ଗିଲେ କାଚ

ଏହାପରେ ଜଣେ କଲେଜ ଛାତ୍ର ଆସି ତାଙ୍କୁ ଗାଡ଼ି ସାଇଟ କରିବାକୁ କହିଥିଲେ । ହେଲେ ଡ୍ରାଇଭର ଜଣକ ତାଙ୍କ ସହ ଅଯଥା ଯୁକ୍ତି କରିଥିଲେ । ଏହାକୁ ନେଇ ଛାତ୍ର ଜଣକ ରାଗିଯାଇ ବସ ଆଗେ ଆଗେ ଆସି ଓଇସି ଛକ ନିକଟରେ ଥିବା ଏକ ଦୋକାନରୁ ଲୁହା ଶାବଳ ଆଣିଥିଲେ । ପରେ ଏହି ଲୁହା ରଡ଼ରେ ଡ୍ରାଇଭର ସାଇଡରୁ ଆସି ନିର୍ଘାତ ପ୍ରହାର କରି ଚାଲିଥିଲେ ।

ଯେଉଁଥିରେ କି ବସର ସାଇଡ ଗ୍ଲାସ ଭାଙ୍ଗିବା ପରେ ସାମ୍ନା ପଟରୁ କାଚକୁ ମଧ୍ୟ ବାଡେଇ ଭାଙ୍ଗିଥିଲେ । ଏ ସମ୍ପର୍କରେ ଏନେଇ ପିପିଲି ଥାନାରେ ''ମୋ ବସ୍'' କର୍ମଚାରୀ ଲିଖିତ ଅଭିଯୋଗ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ''ମୋ ବସ୍'' କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଖୋଦ୍ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ନାହାଁନ୍ତି । ସେପଟେ ଗୁରୁତର ହୋଇଥିବା ଡ୍ରାଇଭର ଜଣକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details