ଭୁବନେଶ୍ବର:ଏପ୍ରିଲ ୧୮ ତାରିଖରୁ ଅନ୍ଲାଇନ୍ ପାସ୍ ଜରିଆରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନକୁ ପ୍ରବେଶ କରିପାରିବେ ସାଧାରଣ ଜନତା । ଖାଲି ସେତିକି ନୁହେଁ କେବଳ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ (Accredited Journalists ) ହିଁ ଏହି ସମସ୍ତ ସ୍ଥାନ ଭିତରକୁ ପ୍ରବେଶ କରିପାରିବେ । ଦୁଇ ବର୍ଷର ଅନ୍ତରାଳ ପରେ ସାଧରଣ ଜନତା ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ କୌଣସି ଅଭିଯୋଗ ଏବଂ ସରକାରୀ କାର୍ଯ୍ୟ ପାଇଁ ପ୍ରବେଶ କରିପାରିବେ ।
ପ୍ରାୟ ୨ ବର୍ଷ ପରେ ଖୋଲିବ ରାଜ୍ୟ ସଚିବାଳୟ ବା ଲୋକସେବା ଭବନ । ଆଜି ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏ ନେଇ ସବୁ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ସାଧାରଣ ଜନତାଙ୍କ ପାଇଁ ଆସନ୍ତା ୧୮ ତାରିଖରୁ ଖୋଲିବ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ । ସାଧାରଣ ଲୋକ ନିଜର ଅଭିଯୋଗ ଓ ସରକାରୀ କାର୍ଯ୍ୟ ପାଇଁ ପ୍ରବେଶ କରିବେ । ପ୍ରବେଶ ଲାଗି ପାସ୍ର ଆବଶ୍ୟକତା ରହିବ । ସେଥିପାଇଁ http://epravesh.odisha.gov.in କିମ୍ବା ePravesh ମୋବାଇଲ ଆପ୍ ମାଧ୍ୟମରେ ଲୋକସେବା ଭବନରେ ପ୍ରବେଶ ପାଇଁ ଅନୁମତି ନେଇପାରିବେ ।