ଓଡିଶା

odisha

ETV Bharat / city

ପିଏସ୍ ବିରଞ୍ଚି ଗିରଫ ଘଟଣା: ଫିଟୁଛି ଗୁମର, ଯୋଡି ହେଉଛି ଅଭିଯୋଗର ଲମ୍ବା ଫର୍ଦ୍ଦ - କୁବେର ପିଏସ୍ ବିରଞ୍ଚି ସାହୁ

କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣାରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ଲମ୍ବୁଛି ତଦନ୍ତର ଚେର । ଅଧିକ ପଢନ୍ତୁ...

କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣା ଫିଟୁଛି ଗୁମର,ଲମ୍ବୁଛି ତଦନ୍ତର ଚେର
କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣା ଫିଟୁଛି ଗୁମର,ଲମ୍ବୁଛି ତଦନ୍ତର ଚେର

By

Published : Aug 5, 2021, 11:08 PM IST

ଭୁବନେଶ୍ବର: କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣାରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଟଙ୍କା ଦିଅ ଚାକିରୀ ନିଅ ର ଜାଲ କେମିତି ବୁଣିଥିଲେ ବିରଞ୍ଚି ତାର ଏକ ନୂଆ ଫର୍ଦ୍ଦ ପୁଣି ଯୋଡିହୋଇଛି। ବିରଞ୍ଚି ଟଙ୍କା ନେଇ ଚାକିରି ଦେବାକୁ କମିଶନରେଟ ପୋଲିସ କର୍ମଚାରୀଙ୍କୁ ବ୍ୟବହାର କରିଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ବ୍ରହ୍ମଗିରି ଅଞ୍ଚଳର ଜଣେ ତତ୍କାଳୀନ ପରୀକ୍ଷାର୍ଥୀ ।

ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣା: ଫିଟୁଛି ଗୁମର, ବଢୁଛି ଅଭିଯୋଗର ଫର୍ଦ୍ଦ

ସୂଚନା ଅନୁସାରେ ବ୍ରହ୍ମଗିରିର ଶ୍ରୀନିବାସ ଦଳାଇ ୨୦୧୬ରେ ପୋଲିସ ବିଭାଗରେ ଭର୍ତ୍ତି ପାଇଁ ପରୀକ୍ଷା ଦେଇଥିଲେ। କିନ୍ତୁ ସେହି ସମୟରେ କମିଶନରେଟ ପୋଲିସରେ କନେଷ୍ଟବଳ ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ଚାକିରି ନିଶ୍ଚିତ ମିଳିବ ବୋଲି କହି ପ୍ରବର୍ତ୍ତାଇଥିଲେ । ତାଙ୍କର ତତ୍କାଳୀନ ପିଏସ ବିରଞ୍ଚି ସାହୁଙ୍କ ସହ ଭଲ ସମ୍ପର୍କ ରହିଥିଲା ଏବଂ ଟଙ୍କା ନେଇ ବିରଞ୍ଚିକୁ ଦେବେ ବୋଲି କହିଥିଲେ ବୋଲି ଶ୍ରୀନିବାସ ଅଭିଯୋଗ କରିଛନ୍ତି।

ଏହା ପରେ ତାଙ୍କର ଚାକିରି ହୋଇନଥିଲା ଏବଂ ସେ ଆରଟିଆଇରେ ତଥ୍ୟ ମଗାଇଥିଲେ। ତଥ୍ୟ ଅନୁଯାୟୀ ସେ କଟଅଫ୍ ମାର୍କ ଠାରୁ ୨ ମାର୍କ ଅଧିକ ରଖିଥିବା ବେଳେ ତାଙ୍କୁ ଚାକିରୀ ମିଳିନଥିଲା। ଏନେଇ ସେ ଓଏସଏସସି କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କିଛି ଫଳ ନମିଳିବାରୁ ସ୍ୟାଟ୍ ଏବଂ ଏବେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଏବେ ବିରଞ୍ଚି ଧରାପଡିବାରୁ ସେ ସାମ୍ନାକୁ ଆସିଥିବା କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details