ଓଡିଶା

odisha

ETV Bharat / city

ବିଦ୍ୟୁତ ବିଲ ବୃଦ୍ଧି ନେଇ ସ୍ମାର୍ଟସିଟିରେ ପ୍ରତିବାଦ ସଭା - ସ୍ମାର୍ଟସିଟିରେ ଗର୍ଜିବ ବିଜେପି

ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ସ୍ମାର୍ଟସିଟିରେ ଗର୍ଜିବ ବିଜେପି । ଶୁକ୍ରବାର ୧୦.୩୦ ରୁ ଭୁବନେଶ୍ୱରର ୩୫ ଟି ସ୍ଥାନରେ ପ୍ରତିବାଦ ସଭା କରିବ ଭୁବନେଶ୍ୱର ଜିଲ୍ଲା ବିଜେପି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଦ୍ୟୁତ ବିଲ ବୃଦ୍ଧି ନେଇ ସ୍ମାର୍ଟସିଟିରେ ପ୍ରତିବାଦ ସଭା
ବିଦ୍ୟୁତ ବିଲ ବୃଦ୍ଧି ନେଇ ସ୍ମାର୍ଟସିଟିରେ ପ୍ରତିବାଦ ସଭା

By

Published : Oct 8, 2020, 8:50 PM IST

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ସ୍ମାର୍ଟସିଟିରେ ଗର୍ଜିବ ବିଜେପି । ଶୁକ୍ରବାର ୧୦.୩୦ ରୁ ଭୁବନେଶ୍ୱରର ୩୫ ଟି ସ୍ଥାନରେ ପ୍ରତିବାଦ ସଭା କରିବ ଭୁବନେଶ୍ୱର ଜିଲ୍ଲା ବିଜେପି । ଓଡିଶା ସରକାର ବିଗତ ୭ ବର୍ଷ ମଧ୍ୟରେ ଚାରି ଚାରି ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଥିବା ସତ୍ତ୍ବେ ମିଛୁଆ ରାଧୁଆ ସରକାରଙ୍କ ଶକ୍ତିମନ୍ତ୍ରୀ ପବିତ୍ର ବିଧାସଭା ଗୃହରେ ୭ ବର୍ଷ ପରେ ବିଦ୍ୟୁତ ଦର ବୃଦ୍ଧି କରାଯାଇଛି ବୋଲି କହି ଗୃହରେ ମିଥ୍ୟା ତଥ୍ୟ ଦେଇଛନ୍ତି ।

ବିଦ୍ୟୁତ ବିଲ ବୃଦ୍ଧି ନେଇ ସ୍ମାର୍ଟସିଟିରେ ପ୍ରତିବାଦ ସଭା
ବିଦ୍ୟୁତ ବିଲ ବୃଦ୍ଧି ନେଇ ସ୍ମାର୍ଟସିଟିରେ ପ୍ରତିବାଦ ସଭା

ଓଡ଼ିଶାବାସୀଙ୍କୁ ପ୍ରତାରଣା କରି ବୋଝ ଉପରେ ଲଳିତା ବିଡ଼ା ସଦୃଶ ମହଙ୍ଗା ମାଡ ଦେଇଛନ୍ତି ଓଡିଶା ସରକାର l ଏହାକୁ ପ୍ରଥମରୁ ବିଜେପି ବିରୋଧ କରିଆସୁଛି l ଏଣୁ ବିଜେପି ଭୁବନେଶ୍ୱର ଜିଲ୍ଲା ତରଫରୁ ଶୁକ୍ରବାର ୯ ଅକ୍ଟୋବର ଦିନ ୧୦.୩୦ ରେ ରାଜଧାନୀରେ ବିଭିନ୍ନ ୩୫ଟି ଛକରେ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଓ ବୃଦ୍ଧି ଶୁକ୍ଳକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରି ବିକ୍ଷୋଭ କରାଯାଉଛି l

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details