ଓଡିଶା

odisha

ETV Bharat / city

କୃଷିଜାତ ଦ୍ରବ୍ୟ ଉପରେ ଏମଏସପି ଲାଗୁ କରିବା ଦାବିରେ ପ୍ରତିବାଦ - ଭୁବନେଶ୍ବର ଖବର

ଦେଶରେ କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ବିରୋଧ କରି ବିଭିନ୍ନ ସ୍ତରରେ ଜାରି ରହିଛି ପ୍ରତିବାଦ । ଆଜି ଏନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ କରାଯିବା ସହ 2004 ମସିହାରେ ଏମଏସ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଲାଗୁ କରାଯିବାକୁ ଦାବି କରାଯାଇଛି ।

କୃଷିଜାତ ଦ୍ରବ୍ୟ ଉପରେ ଏମଏସପି ଲାଗୁ କରିବା ଦାବିରେ ପ୍ରତିବାଦ
କୃଷିଜାତ ଦ୍ରବ୍ୟ ଉପରେ ଏମଏସପି ଲାଗୁ କରିବା ଦାବିରେ ପ୍ରତିବାଦ

By

Published : Oct 14, 2020, 2:22 PM IST

Updated : Oct 14, 2020, 6:34 PM IST

ଭୁବନେଶ୍ବର: ଦେଶରେ କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ବିରୋଧ କରି ବିଭିନ୍ନ ସ୍ତରରେ ଜାରି ରହିଛି ପ୍ରତିବାଦ । ଏହି ଅବସରରେ ସାରା ଦେଶରେ ସମସ୍ତ କୃଷିଜାତ ଦ୍ରବ୍ୟ ଉପରେ ଏମଏସପି ଲାଗୁ କରାଯିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଦାବି କରାଯାଇଛି ।

କୃଷିଜାତ ଦ୍ରବ୍ୟର ଉପରେ ଏମଏସପି ଲାଗୁ କରିବା ଦାବିରେ ପ୍ରତିବାଦ

ଆଜି ଏନେଇ ସଂଗଠନ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ କରାଯିବା ସହ 2004 ମସିହାରେ ଏମଏସ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଲାଗୁ କରାଯିବାକୁ ଦାବି କରାଯାଇଛି । ଯେପର୍ଯ୍ୟନ୍ତ ଏହା କରାନଯାଇଛି ଏହିଭଳି ପ୍ରତିବାଦ ସାରା ଦେଶରେ ଜାରି ରହିବ । ତେବେ ଏହା ମଧ୍ୟରେ ଆସନ୍ତା ନଭେମ୍ବର 25/26ରେ ଏକ ବିରାଟ କୃଷକ ସମାବେଶ ଦିଲ୍ଲୀରେ ଆୟୋଜନ କରାଯିବ । ସେଠାରେ ଲକ୍ଷାଧିକ କୃଷକ ସାରା ଦେଶରୁ ଏକତ୍ରିତ ହୋଇ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ସଂଗଠନର ରାଜ୍ୟ ନେତୃତ୍ୱ ସୁରେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Oct 14, 2020, 6:34 PM IST

ABOUT THE AUTHOR

...view details