ଓଡିଶା

odisha

ETV Bharat / city

ଧାରଣାରୁ ହଟିଲେ ବିଜେପି ବିଧାୟକ - ଧାରଣାରୁ ହଟିଲେ ବିଜେପି ବିଧାୟକ

ବିଧାନସଭା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିବା ବିଜେପି ବିଧାୟକ ଧାରଣା ହଟିଛନ୍ତି । ଏହା ପରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ଧାରଣାରୁ ହଟିଲେ ବିଜେପି ବିଧାୟକ
ଧାରଣାରୁ ହଟିଲେ ବିଜେପି ବିଧାୟକ

By

Published : Apr 4, 2021, 10:22 AM IST

Updated : Apr 4, 2021, 10:36 AM IST

ଭୁବନେଶ୍ବର:ଧାରଣାରୁ ହଟିଲେ ବିଜେପି ବିଧାୟକ । 3 ଜଣ ବିଜେପି ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରାଯିବାରୁ ଗାନ୍ଧୀମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଥିଲେ ବିରୋଧୀ ଦଳ ନେତା ଓ ସମସ୍ତ ବିଧାୟକ । ଏହାପରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ।

ଧାରଣାରୁ ହଟିଲେ ବିଜେପି ବିଧାୟକ

ଗତ ଶନିବାର ଗୃହରେ ଏକ ବିଲ ଉପରେ ଆଲୋଚନା ଚାଲୁଥିବା ବେଳେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରୁ ଚପଲ,ଇୟର ଫୋନ ଓ ଡଷ୍ଟବିନ ଫୋପାଡିଥିଲେ । ଗୃହରେ କହିବାକୁ ସୁଯୋଗ ଦିଆନଯିବା ଏବଂ ବାଚସ୍ପତି ନିରପେକ୍ଷ ଭୂମିକା ଗ୍ରହଣ କରୁନଥିବାକୁ ବିଜେପି ବିଧାୟକ ଏଭଳି କାଣ୍ଡ ଘଟଣାଥିବା କହିଛନ୍ତି । ଗୃହରେ ଏଭଳି ଅଶୋଭନୀୟ ଆଚରଣ ପାଇଁ ବାଚସ୍ପତି ବିଧାୟକ ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ନିଲମ୍ବିତ କରିଥିଲେ ।

ଯାହାକୁ ବିରୋଧ କରି ବିଜେପିର ସମସ୍ତ ବିଧାୟକ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଧାରଣା ହଟାଇବାକୁ ଖୋଦ ବାଚସ୍ପତି ଯାଇ ବୁଝାସୁଝା କରିଥିଲେ । ଆଜି କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାଜ୍ୟ ବିଜେପି ସହପ୍ରଭାରୀ ବିଜୟ ପାଲ ସିଂ ପହଞ୍ଚିଥିଲେ । ସେପଟେ ଧାରଣାରୁ ହଟାଇବାକୁ ନେଇ କୌଣସି ଶାସକ ଦଳର ବିଧାୟକ ଆସିନଥିବାବେଳେ ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆ ଲୁଚି ରହିଥିବା କହିଛନ୍ତି ଜୟନାରାୟଣ ମିଶ୍ର ।

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଆସନ୍ତା ସୋମବାର ରାଜ୍ୟପାଳଙ୍କୁ ଭେଟିବେ । ବିଲ ପାରିତ ସମୟରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବାରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 4, 2021, 10:36 AM IST

ABOUT THE AUTHOR

...view details