ଭୁବନେଶ୍ବର: ଏଆଇବିଓସି ମେଗା ବ୍ୟାଙ୍କ ଏକତ୍ରୀକରଣକୁ ଦୃଢ ବିରୋଧ କରିଛନ୍ତି ଓଡିଶା ବ୍ୟାଙ୍କ କର୍ମଚାରୀ ସଂଘ । ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏକତ୍ରୀକରଣ ପରେ ଆରମ୍ଭ ହୋଇଥିବା ଆର୍ଥିକ ସଙ୍କଟକୁ ନେଇ ବ୍ୟାଙ୍କ କର୍ମଚାରୀ କେନ୍ଦ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।
ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 10ଟି ବଡ ବଡ ସରକାରୀ ବ୍ୟାଙ୍କର ମିଶ୍ରଣ କରି 4ଟି ବଡ ବ୍ୟାଙ୍କ ଖୋଲିବାକୁ ଘୋଷଣା କରିଥିଲେ । କିନ୍ତୁ କେନ୍ଦ୍ରର ଏହି ନିଷ୍ପତ୍ତିକୁ ଓଡିଶାର ବ୍ୟାଙ୍କ କର୍ମଚାରୀ ଘୋର ବିରୋଧ କରିଛନ୍ତି । କାରଣ ବ୍ୟାଙ୍କର ଏକତ୍ରୀକରଣର ନିଷ୍ପତ୍ତି 5 ଟ୍ରିଲିୟନ ଅର୍ଥନୀତିର ସ୍ବପ୍ନରେ ବାଧା ସୃଷ୍ଟି କରିବ ।