ଓଡିଶା

odisha

ETV Bharat / city

ବସ୍ତି ସୁରକ୍ଷା ନେଇ ବିଏମସି ଘେରାଓ କଲା ବସ୍ତି ସୁରକ୍ଷା ମଞ୍ଚ - ବସ୍ତି ସୁରକ୍ଷା ମଞ୍ଚ

ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତି ନେଇ ଗୁରୁବାର ଭୁବନେଶ୍ବର ମହାନଗର ନିଗମ ସମ୍ମୁଖରେ ହଜାର ହଜାର ବସ୍ତି ବାସିନ୍ଦାଙ୍କ ଗଣ ବିକ୍ଷୋଭ। ଅଧିକ ପଢନ୍ତୁ...

ବସ୍ତି ସୁରକ୍ଷା ନେଇ ବିଏମସି ଘେରାଓ କଲା ବସ୍ତି ସୁରକ୍ଷା ମଞ୍ଚ
ବସ୍ତି ସୁରକ୍ଷା ନେଇ ବିଏମସି ଘେରାଓ କଲା ବସ୍ତି ସୁରକ୍ଷା ମଞ୍ଚ

By

Published : Feb 18, 2021, 1:23 PM IST

ଭୁବନେଶ୍ବର: ୧୪ ଦଫା ଦାବିରେ ଭୁବନେଶ୍ବରରେ ବସ୍ତି ବାସିନ୍ଦାଙ୍କ ବିଶାଳ ଗଣ ସମାବେଶ । ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତି ନେଇ ଗୁରୁବାର ଭୁବନେଶ୍ବର ମହାନଗର ନିଗମ ସମ୍ମୁଖରେ ହଜାର ହଜାର ବସ୍ତି ବାସିନ୍ଦାଙ୍କ ଗଣ ବିକ୍ଷୋଭ। ଭୁବନେଶ୍ବରରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ବସ୍ତି ରହିଛି । ସରକାର ଥଇଥାନ ଆଳରେ ସେଗୁଡିକ ଭାଙ୍ଗି ଦେଉଛନ୍ତି ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ବସ୍ତି ସୁରକ୍ଷା ନେଇ ବିଏମସି ଘେରାଓ କଲା ବସ୍ତି ସୁରକ୍ଷା ମଞ୍ଚ

ବସ୍ତି ବାସିନ୍ଦାଙ୍କ ପାଇଁ କୋଠାଘର ଆବଣ୍ଟନରେ ଅନିୟମିତତାର ଭିଜିଲାନ୍ସ ତଦନ୍ତ, ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା, ବଳପୂର୍ବକ ଏବଂ ଷଡଯନ୍ତ୍ର ମୂଳକ ଉଚ୍ଛେଦ ଉପରେ ରୋକ, ବସ୍ତି ଭାଙ୍ଗି ବସ୍ତି ଗଢିବା ନୀତି ବାତିଲ, ବସ୍ତିରେ ରହୁଥିବା ପରିବାରକୁ ଥଇଥାନ ଅନ୍ତର୍ଭୁକ୍ତ କରିବା, ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର, ଅସାଧୁ ମେଣ୍ଟ ଓ ବିଲ୍ଡରଙ୍କ ସ୍ବାର୍ଥରେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯାଉ । ଏଭଳି ଦାବି ନେଇ ଆଜି ବିଏମସି ଘେରାଓ କରିଛୁ ବୋଲି ସୂଚନା ଦେଇଛନ୍ତି ବସ୍ତି ସୁରକ୍ଷା ମଞ୍ଚ ସାଧାରଣ ସମ୍ପାଦିକା ପ୍ରମିଳା ବେହେରା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details