ଭୁବନେଶ୍ବର: ସାରା ଦେଶରେ ଜେଏନୟୁ ଘଟଣାକୁ ନିନ୍ଦା । ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଜୋର ଧରୁଛି ଦାବି । ଆକ୍ରମଣକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସାଧାରଣରେ ଦାବି ହେଉଛି । ଏନେଇ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ସିପିଆଇ ଓ ବାମପନ୍ଥୀ ଦଳ ବିରୋଧ କରିଛନ୍ତି ।
ରବିବାର ଦିଲ୍ଲୀର ଜବହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଅତର୍କିତ ଭାବରେ କିଛି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଏବେ ସାରା ଦେଶରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି । ଏହାକୁ ଦୃଢ ଭାବରେ ନିନ୍ଦା କରିବା ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କ ଇସ୍ତାଫା ଦାବି କରିଛନ୍ତି ବାମପନ୍ଥୀ ଦଳ ।