ଭୁବନେଶ୍ବର: ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବିରେ ପରିବାର ତରଫରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ରାଜ୍ୟରେ ହଜି ଯାଇଥିବା ଓ ମରିଯାଇଥିବା ବା ହତ୍ୟାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ପରି ଅନେକ ଘଟଣାରେ ଏଯାବତ ନ୍ୟାୟ ନମିଳିଥିବା ୨୧ ପରିବାର ଏହି ଧାରଣାରେ ସାମିଲ ହୋଇଛନ୍ତି । ଯେଉଁଥିରେ ବହୁଚର୍ଚ୍ଚିତ ପରି, ପିହୁର ହତ୍ୟା ଘଟଣା ଓ ଡ଼ିଏଫଓ ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାରର ପରିବାର ନିଜ ମୃତ ସନ୍ତାନଙ୍କୁ ନ୍ୟାୟ ଦେବା ଦାବିରେ ବାଚସ୍ପତିଙ୍କୁ ଦାବିପତ୍ର ଦେବା ସହ ଭେଟ କରିବା ପାଇଁ ଆସିଛନ୍ତି । କାରଣ ଅନେକ ଦିନ ଧରି ଏମାନେ ନ୍ୟାୟ ପାଇଁ ଥାନା କୋର୍ଟ ଧାଇଁ ଧାଇଁ ଥକି ପଡିବା ପରେ ଖାଲି ତଦନ୍ତର ଦିନ ଗଡୁଛି ସତ କିନ୍ତୁ, ସେମାନଙ୍କୁ ନ୍ୟାୟ ମିଳୁନି । ତେଣୁ, ରାଜ୍ୟ ସରକାରଙ୍କ ନ୍ୟାୟିକ ବ୍ୟବସ୍ଥା ଉପରେ ଏମାନେ ଆସ୍ଥା ହରାଇ ବସିଲାଣି ।
ନ୍ୟାୟ ପାଇଁ ଲଢୁଥିବା ପରିବାର ତରଫରୁ ଲୋୟର ପିଏମଜିରେ ଧାରଣା - ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା
ରାଜ୍ୟରେ ହଜି ଯାଇଥିବା ଓ ମରିଯାଇଥିବା ବା ହତ୍ୟାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ପରି ଅନେକ ଘଟଣାରେ ଏଯାବତ ନ୍ୟାୟ ନମିଳିଥିବା ୨୧ ପରିବାର ସିବିଆଇ ତଦନ୍ତ ଦାବିରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ
ହେଲେ ଜୀବନ ଅଛି ଯେହେତୁ ନିଜ ସନ୍ତାନ ପାଇଁ ଲଢେଇ କରିବେ । ତେଣୁ, ବାଚସ୍ପତିଙ୍କୁ ଭେଟି ସିବିଆଇ ତଦନ୍ତର ଦାବି ପରିବାର କରିବେ ବୋଲି କହିଛନ୍ତି । ଏହାକୁ ନେଇ ପରିବାର ଆସିଥିବା ବେଳେ ତାଙ୍କୁ ବିଧାନ ସଭାକୁ ଯିବାକୁ ଦେଇନାହିଁ ପୋଲିସ ବୋଲି ଅଭିଯୋଗ କରିଛନ୍ତି ପରିବାର । ଖାଲି ସେତିକି ନୁହେଁ ୨୧ ପରିବାରକୁ ନ୍ୟାୟ ଦେବାରେ ବିଫଳ ଏ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପରିବାର । କାରଣ ଗୋଟେ ମା’ର କୋଳଶୂନ୍ୟ ହେଲେ କେତେ ଯେ କଷ୍ଟ ହୁଅ, ତାହା କେବଳ ଜଣେ ମା’ ହିଁ ବୁଝିପାରିବ ବୋଲି କହିଛନ୍ତି ପିହୁର ମା’ । ତେଣୁ, ଏତେ ଜଣ ମା’ଙ୍କ ଲୁହରେ ସରକାର ଉଜୁଡ଼ିବା ପୂର୍ବରୁ ମା’ର ଦୁଃଖକୁ ଟିକେ ଶୁଣି ମରିଯାଇଥିବା ବା ହଜିଯାଇଥିବା ସନ୍ତାନକୁ ନ୍ୟାୟ ଦିଅନ୍ତୁ ବୋଲି ପରିବାର ଗୁହାରୀ କରିଛନ୍ତି । ଆଉ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ପରିର ମା’।
ଇଟିଭି ଭାରତ, ଭୁବନେଶ୍ବର