ଓଡିଶା

odisha

ETV Bharat / city

ଦୁଷ୍କର୍ମକାରୀକୁ ତୁରନ୍ତ ଫାଶୀ ଦଣ୍ଡ ଦାବିରେ ବିକ୍ଷୋଭ - rape victim punished for protest

ଦୁଷ୍କର୍ମ ବିରୁଦ୍ଧରେ ତୁରନ୍ତ ଫାଶୀ ଦଣ୍ଡ ଦାବି କରି ସ୍ଥାନୀୟ ପିଏମଜି ଛକଠାରେ ଓଡିଶା ସମାଜସେବୀ ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି।

rape victim punished for protest
ଦୁଷ୍କର୍ମକାରୀକୁ ତୁରନ୍ତ ଫାଶୀ ଦଣ୍ଡ ଦାବିରେ ବିକ୍ଷୋଭ

By

Published : Mar 13, 2020, 2:08 PM IST

ଭୁବନେଶ୍ବର: ଦେଶରେ ଦିନକୁ ନାବାଳିକା ଓ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଓ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଏକ୍ଷେତ୍ରରେ ସେମାନଙ୍କୁ ନ୍ୟାୟାଳୟ ପକ୍ଷରୁ ଉଚିତ ଦଣ୍ଡବିଧାନ ମିଳୁନାହିଁ। ଯାହା ଫଳରେ ଦୁଷ୍କର୍ମକାରୀଙ୍କ ସାହାସ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଜ୍ବଳନ୍ତ ଉଦାହରଣ ଦିଲ୍ଲୀ ନିର୍ଭୟା ଘଟଣାରେ ଦେଖିବାକୁ ମିଳୁଛି।

ଦୁଷ୍କର୍ମକାରୀକୁ ତୁରନ୍ତ ଫାଶୀ ଦଣ୍ଡ ଦାବିରେ ବିକ୍ଷୋଭ

4ଥର ଫାଶୀ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଇନର ଗଳାବାଟ ଯୋଗୁଁ ଏହାକୁ ଆଡେଇ ଦିଆଯାଇଛି। ତେଣୁ ଦୁଷ୍କର୍ମ ବିରୁଦ୍ଧରେ ତୁରନ୍ତ ଫାଶୀ ଦଣ୍ଡ ଦାବି କରି ସ୍ଥାନୀୟ ପିଏମଜି ଛକଠାରେ ଓଡିଶା ସମାଜସେବୀ ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି।

ଯେଉଁଥିରେ ସମଗ୍ର ଓଡ଼ିଶାର ସମାଜସେବୀମାନେ ଯୋଗ ଦେଇ ଏପରି ଘଟଣାକୁ ନିନ୍ଦା କରିବା ସହ ଆଇନରେ ଏଥିପାଇଁ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details