ଓଡିଶା

odisha

ETV Bharat / city

ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ - ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ

କେନ୍ଦ୍ର ଦେଉଥିବା 6 ହଜାର ସହିତ ରାଜ୍ୟ ପୂର୍ବରୁ ଦେଉଥିବା 10ହଜାର ଟଙ୍କା ବଦଳରେ 4 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଯାହା ସରକାରଙ୍କର ଲୋକଙ୍କ ପ୍ରତି ଧୋକା ବୋଲି ନବନିର୍ମାଣ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

navanirma
ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ

By

Published : Dec 26, 2019, 3:01 PM IST

ଭୁବନେଶ୍ବର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଛି ସତ୍ୟାଗ୍ରହ । ଯାହାକି ନବୀନ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ସଂଗଠନ ପକ୍ଷରୁ ଜାରି ରହିଥିବା ଲଢ଼େଇର ଏହା ଏକ ମୁଖ୍ୟ ଅଙ୍ଗ ।

ସୂଚନାମୁତାବକ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ରାଜ୍ୟର କୃଷକଙ୍କୁ କାଳିଆ ଯୋଜନା ଘୋଷଣା କରି ଆର୍ଥିକ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଥିଲେ । ପରେ ଏଥିପାଇଁ ଅର୍ଥ ମଞ୍ଜୁର କରିବା ସହିତ ପ୍ରଥମ ଦଫାରେ କିଛି ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରିଥିଲେ । ତେବେ ନିକଟରେ ସରକାରଙ୍କ ପକ୍ଷରୁ ଏହି ଯୋଜନାକୁ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମିଶାଇ ଦେବାକୁ ଘୋଷଣା କରିଛନ୍ତି ।

ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ

ଯାହାଫଳରେ କେନ୍ଦ୍ର ଦେଉଥିବା 6 ହଜାର ସହିତ ରାଜ୍ୟ ଆଗରୁ ଦେଉଥିବା 10ହଜାର ଟଙ୍କା ବଦଳରେ 4 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ । ଏହା ସରକାରଙ୍କର ଲୋକଙ୍କ ପ୍ରତି ଧୋକା ବୋଲି ନବନିର୍ମାଣ ପକ୍ଷରୁ କୁହାଯାଇଛି । ତେଣୁ ଲୋକଙ୍କୁ ସରକାରଙ୍କ ଏଭଳି ମନୋଭାବ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ଏହି ସତ୍ୟାଗ୍ରହ ଆରମ୍ଭ କରାଯାଇଥିବା କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ଏହା ସହିତ ସଂଗଠନ ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ତାର ଆନ୍ଦୋଳନ ଜାରି ରହିଛି ବୋଲି ସେ କହିଛନ୍ତି ।

ତେବେ ଏହି ସତ୍ୟାଗ୍ରହ ପିଏମଜି ଠାରେ କରାଯିବାକୁ ସ୍ଥିର ହୋଇଥିବାବେଳେ ଏଥିପାଇଁ ପ୍ରଶାସନ ପକ୍ଷରୁ କେବଳ ଗୋଟିଏ ଦିନ ସମୟ ଦିଆଯିବାରୁ ଏହାକୁ ଚାରି କାନ୍ଥ ଘେରା ଘରଭିତରେ ଆୟୋଜନ କରାଯାଉଥିବା ସେ କହିଛନ୍ତି । ଏହି ସତ୍ୟାଗ୍ରହରେ ସଂଗଠନର ଅନ୍ୟାନ୍ୟ କର୍ମୀମାନେ ଧୀରେ ଧୀରେ ଯୋଡି ହେଉଥିବା ଜଣାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details