ଓଡିଶା

odisha

ETV Bharat / city

ତାତିଲେ ମୋଟର ଚାଳକ ସଂଘ, ଦାବି ପୂରଣ ନହେଲେ ଚକଅଖ ବନ୍ଦ - protest by motor driver sangha in bhubaneswar

ବସ କର୍ମଚାରୀଙ୍କ ପାଇଁ ଆର୍ଥିକ ସାହାଯ୍ୟ ନଦେଲେ ଆଗାମୀ ଦିନରେ ସମସ୍ତ ମୋଟର ଚାଳକ ସଂଘ ପକ୍ଷରୁ ମୋଟର ଚକ ବନ୍ଦ କରାଯିବ। ଏନେଇ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦେଇଛି। ଅଧିକ ପଢନ୍ତୁ...

protest by motor driver sangha in bhubaneswar
ତାତିଲେ ମୋଟର ଚାଳକ ସଂଘ

By

Published : May 29, 2020, 7:59 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ପ୍ରଭାବରେ ଦୀର୍ଘ ଦିନ ଧରି ସମସ୍ତ ସେବା ଠପ ହୋଇଯାଇଛି। ଏନେଇ ସରକାର ବସ ଚଳାଇବାକୁ ନେଇ ନିଷ୍ପତି ନେଇଥିଲେ ମଧ୍ୟ ବସ ଚଳାଚଳ କରିବାକୁ ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ସରକାରଙ୍କ ନିର୍ଦ୍ଦେଶରେ ବସରେ ହାତଗଣତି ଯାତ୍ରୀ ଯାଇପାରିବେ। ସେମାନେ ସମସ୍ତେ ମାସ୍କ ପିନ୍ଧିବେ। ସାମାଜିକ ଦୂରତା ଅବଲମ୍ବନ କରି ବସିବେ ।

ତାତିଲେ ମୋଟର ଚାଳକ ସଂଘ,

କିନ୍ତୁ ଏହା ବାଦ ଯେଉଁ ଯାତ୍ରୀମାନେ ବସ ରେ ଯାତ୍ରା କରୁଛନ୍ତି ସେମାନଙ୍କର ଦେହରେ କୋରୋନା ରୋଗ ନାହିଁ ବୋଲି ଜାଣିବା ମୁସ୍କିଲ । ତେଣୁ ସରକାର ସମସ୍ତଙ୍କର ତିନି ମାସରେ କ୍ଷତିପୂରଣ ସହ 50 ଲକ୍ଷ ଟଙ୍କା ବୀମା କଲ୍ୟାଣ ପାଣ୍ଠି ଶ୍ରମ ବିଭାଗରେ ପଞ୍ଜିକୃତ କରିବାକୁ ଦାବି ରଖିଛନ୍ତି। ଯେ ପର୍ଯ୍ୟନ୍ତ ଏହି ସମସ୍ତ ଦାବି ଗୁଡିକକୁ ପୁରାଣ ନହୁଏ ସେହି ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିବ। ଓଡ଼ିଶାରେ ସମସ୍ତ ମୋଟର ଚାଳକ କର୍ମଚାରୀମାନଙ୍କର ଉପସ୍ଥିତିରେ ଏକ ବୈଠକ ମାଧ୍ୟମରେ ନିଷ୍ପତି କରାଯାଇଛି।

ଦାବି ପୂରଣ ନହେଲେ ରାସ୍ତାକୁ ଗାଡି ଗାଡିବ ନାହିଁ। ରାଜଧାନୀ ସମେତ ରାଜ୍ୟର ସମସ୍ତ ସହରରେ ଗାଡି ଗାଡିବ ନାହିଁ ବୋଲି କହିଛନ୍ତି ଓଡିଶା ମୋଟର ଚାଳକ ସଂଘର ସଭାପତି ଧୀରେନ ବେହେରା।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details