ଓଡିଶା

odisha

By

Published : Nov 6, 2020, 7:06 AM IST

ETV Bharat / city

କୃଷି ଆଇନ ବିରୋଧରେ ରାଜଧାନୀରେ ଗର୍ଜିଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି

ରାଜ୍ୟ ଓ ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାର ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢ଼ନ୍ତୁ...

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରାଜ୍ୟ ଓ ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାର ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ମୁଖ୍ୟତଃ ନୂତନ କୃଷି ବିଲକୁ ବିରୋଧ କରାଯାଇଥିଲା।

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ରହିଥିବା ନେଇ ଅଭିଯୋଗ କରିଛି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି। ଏହାସହ ନୂତନ କୃଷି ବିଲ ଦ୍ବାରା କର୍ପୋରେଟ ଜଗତକୁ କୃଷକଙ୍କ କୃଷି କ୍ଷେତ୍ର ଉପରେ କବଜା ପାଇଁ ସୁଯୋଗ ମିଳିବ ବୋଲି ଅଭିଯୋଗ କରାଯାଇଛି। ତେଣୁ ସରକାର ଏହି କର୍ପୋରେଟ ସୁବିଧାବାଦୀ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି।

ଏନେଇ ଆଗାମୀ 26 ତାରିଖରେ ଦିଲ୍ଲୀରେ ବଡ଼ ଧରଣର ଆନ୍ଦୋଳନ କରାଯାଇ ସରକାରଙ୍କୁ ବାଧ୍ୟ କରାଯିବ ବୋଲି ଧମକ ଦେଇଛି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details