ଓଡିଶା

odisha

ETV Bharat / city

ମାଷ୍ଟର କ୍ୟାଣ୍ଟିନ ଯୋଦ୍ଧା ଘୋଡ଼ା ସ୍ଥାନାନ୍ତରକୁ ବିରୋଧ - ମାଷ୍ଟର କ୍ୟାଣ୍ଟିନ ଘୋଡ଼ା ମୂର୍ତ୍ତି

ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡାମୂର୍ତ୍ତି ହଟାଇବା ଖବର ସାମ୍ନାକୁ ଆସିବା ପରେ ଏହାକି ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଛି । ଅଧିକ ପଢ଼ନ୍ତୁ...

protest for monument, removal of mater canteen warrior horse, ଯୋଦ୍ଧା ଘୋଡ଼ା ସ୍ଥାନାନ୍ତରକୁ ବିରୋଧ, ମାଷ୍ଟର କ୍ୟାଣ୍ଟିନ ଘୋଡ଼ା ମୂର୍ତ୍ତି, Bhubaneswar smart city
ମାଷ୍ଟର କ୍ୟାଣ୍ଟିନ ଯୋଦ୍ଧା ଘୋଡ଼ା ସ୍ଥାନାନ୍ତରକୁ ବିରୋଧ

By

Published : Jun 18, 2021, 10:26 PM IST

ଭୁବନେଶ୍ବର: ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡାମୂର୍ତ୍ତି ହଟାଇବାକୁ ବିରୋଧ। ଭୁବନେଶ୍ବର ସ୍ମାର୍ଟସିଟି ପକ୍ଷରୁ ସ୍ମାର୍ଟସିଟିର ରାସ୍ତା ପ୍ରଶସ୍ତିକରଣ ଓ ସହରର ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦେଇ ରାସ୍ତା ଉପରେ ଥିବା ପ୍ରତିବନ୍ଧକ ହଟେଇବାକୁ ନିଷ୍ପତ୍ତି ହୋଇଛି।

ମାଷ୍ଟର କ୍ୟାଣ୍ଟିନ ଯୋଦ୍ଧା ଘୋଡ଼ା ସ୍ଥାନାନ୍ତରକୁ ବିରୋଧ

ରାଜଧାନୀକୁ ସ୍ମାର୍ଟ ସହର କରିବା ପରିକଳ୍ପନା ନେଇ ଆଗେଇଛି ଭୁବନେଶ୍ବର। ତେବେ ପ୍ରଶ୍ନ ଉଠୁଛି ସହରର ସୌନ୍ଦର୍ଯ୍ୟକରଣ ଆଳରେ ସହରର ପରିଚୟକୁ ନଷ୍ଟ କରିବା କେତେଦୂର ଯଥାର୍ଥ ? 2015 ମସିହା ଜୁନ 25 ତାରିଖରେ ଭାରତରେ 100ଟି ସ୍ମାର୍ଟସିଟି ମିଶନ ଲଞ୍ଚ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ‘‘ପ୍ରତ୍ୟକ ସହରର ବଡ଼ ଅଟ୍ଟାଳିକାର ଆକାର ଦେଖି ସହରକୁ ମପାଯାଏନି, ବରଂ ସହରର ନିଜସ୍ବ ବିଶେଷତ୍ବ ରହିଛି, ସୌନ୍ଦର୍ଯ୍ୟକରଣ ଆଳରେ ତାର ଆତ୍ମାକୁ ଆଘାତ ନଦେଇ ତାର ନୂତନ କାୟାକଳ୍ପ ନିର୍ମାଣ କରାଯିବା ଦରକାର।’’

ତେବେ ସ୍ମାର୍ଟସିଟିର ଲକ୍ଷ୍ୟ କ’ଣ ପୁରୁଣା ପରିଚୟ କୁ ନଷ୍ଟ କରିବା, କଳା ସ୍ଥାପତ୍ୟକୁ ହଟାଇ ନୂତନ ପରିକଳ୍ପନା କରିବା। ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକର ଏକ ସ୍ଵତନ୍ତ୍ର ପରିଚୟ ରହିଛି, ଭୁବନେଶ୍ବର ସହରର ଇତିହାସ ରେ। ଗୋଳେଇରେ ଘୋଡା ଓ ଯୋଦ୍ଧାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କେତେ ଯଥାର୍ଥ ତାକୁ ନେଇ ଉଠିଛି ବଡ ପ୍ରଶ୍ନ, ବିଭିନ୍ନ ରାଜନୈତିକ ଦଳ,ବରିଷ୍ଠ ନାଗରିକ ଏବେ ଏହି ସ୍ଥାନାନ୍ତର ପ୍ରକ୍ରିୟାକୁ ବିରୋଧ କରୁଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details