ଭୁବନେଶ୍ବର: କାଳିଆ ଯୋଜନା ପାଇଁ ରାଜ୍ୟ ଆପାଦକାଳୀନ ପାଣ୍ଠିରୁ ଆସିଥିବା ଟଙ୍କାକୁ ଫେରସ୍ତ କରିବା ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆୟୋଜିତ ମନ୍ତ୍ରୀ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ମନ୍ତ୍ରୀପରିଷଦ ବୈଠକ: ଆପାଦକାଳୀନ ପାଣ୍ଠିରୁ ଉଠାଣ ଅର୍ଥ ଫେରସ୍ତ ପ୍ରସ୍ତାବ ମଞ୍ଜୁର
ରାଜ୍ୟ ଆପାଦକାଳୀନ ପାଣ୍ଠିରୁ ଆସିଥିବା ଟଙ୍କା ଫେରସ୍ତ କରିବା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଗୁରୁବାର ଆୟୋଜିତ ମନ୍ତ୍ରୀ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସୂଚନାନୁସାରେ, କାଳିଆ ଯୋଜନା ପାଇଁ ୧୨୦୦ କୋଟି, ସାମାଜିକ ସୁରକ୍ଷା ପାଇଁ ୧୬୯ କୋଟି, ପଶୁ ପାଳନ ପାଇଁ ୧୭ କୋଟି ଏବଂ ଆପଦକାଳୀନ ପାଣ୍ଠିରୁ ଟଙ୍କା ଉଠାଇଥିଲେ ରାଜ୍ୟ ସରକାର। ଏଥିପାଇଁ ପାଖାପାଖି ୧୪ଶହ କୋଟି ଟଙ୍କା ଉଠାଯାଇଥିଲା । ଯାହାକୁ ଫେରାଇବା ପାଇଁ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଏନେଇ ଅର୍ଥମନ୍ତ୍ରୀ ବଜେଟ ଅଧିବେଶନରେ ଏକ ସ୍ଵତନ୍ତ୍ର ସପ୍ଲିମେଣ୍ଟାରୀ ବିବୃତି ବିଧାନସଭାରେ ଉପସ୍ଥାପନ କରିବା ନେଇ ସୂଚନା ମିଳିଛି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ