ଓଡିଶା

odisha

ETV Bharat / city

ସମଲ ବ୍ୟାରେଜ୍ ବାସଚ୍ୟୁତଙ୍କ ସମସ୍ୟାର ହେବ ସମାଧାନ

ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବ । ଏନେଇ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ...

ସମଲ ବ୍ୟାରେଜ୍ ବାସଚ୍ୟୁତଙ୍କ ସମସ୍ୟାର ହେବ ସମାଧାନ
ସମଲ ବ୍ୟାରେଜ୍ ବାସଚ୍ୟୁତଙ୍କ ସମସ୍ୟାର ହେବ ସମାଧାନ

By

Published : Aug 4, 2021, 7:46 AM IST

ଭୁବନେଶ୍ବର: ସମଲ ବ୍ୟାରେଜ୍ ବାସଚ୍ୟୁତଙ୍କ ସମସ୍ୟାର ହେବ ସମାଧାନ । ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମଙ୍ଗଳବାର ବୈଠକ ବସିଛି । ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ମହାଲିଙ୍ଗ ଏବଂ ବାସଚ୍ୟୁତ ସଙ୍ଘର ପ୍ରତିନିଧିମାନେ ଯୋଗ ଦେଇଥିଲେ । କିପରି ସମସ୍ୟାର ଆଶୁ ସମାଧାନ ହୋଇପାରିବ, ସେ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବା ସହ ଏ ଦିଗରେ ଜଳସମ୍ପଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଉପବାଚସ୍ପତି ।

ସମଲ ବ୍ୟାରେଜ୍ ବାସଚ୍ୟୁତଙ୍କ ସମସ୍ୟାର ହେବ ସମାଧାନ

ବିଧାୟକ ଦ୍ୱୟ ବିସ୍ଥାପିତମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ବାସଚ୍ୟୁତମାନଙ୍କ ଦୀର୍ଘ ଦିନରୁ ରହିଥିବା ସମସ୍ୟା ସମାଧାନରେ ବିଳମ୍ବିତ ହୋଇଛି । ତେଣୁ ଏ ସମ୍ପର୍କରେ ଆଗାମୀ ଦିନରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତ୍ତି ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଛି ।

ବୈଠକରେ ଜଳ ସମ୍ପଦ ବିଭାଗର ରିହାବିଲିଟେସନ ଓ ରିସେଟଲମେଣ୍ଟ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱଜିତ୍ ବିଶ୍ୱାଳ, ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ) ଇଂ ବିଜୟ କୁମାର ମିଶ୍ର, ସମଲ ବ୍ୟାରେଜ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ, ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ଭୂ-ଅଧିଗ୍ରହଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details