ଭୁବନେଶ୍ବର:ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି ।ଆସନ୍ତା 29 ଓ 30 ତାରିଖରେ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ବର୍ଷା ଓ ପବନ ହେବା ସହ ସମୁଦ୍ର ଅଶାନ୍ତ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯିବା ସହ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ଉପକୂଳବର୍ତ୍ତୀ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା - ଉପକୂଳରେ ବର୍ଷା ସମ୍ଭାବନା
ଆସନ୍ତା 29 ଓ 30ତାରିଖରେ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା । ପାଣିପାଗ ବିଭାଗର ପୂର୍ବାନୁମାନ । ଅଧିକ ପଢନ୍ତୁ...
ଉପକୂଳବର୍ତ୍ତୀ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମାଲକାନଗିରି, ବୌଦ୍ଧ, ନୟାଗଡ଼ ଓ ଭୁବନେଶ୍ୱରରେ 40 ଡିଗ୍ରୀରୁ ଅଧିକ ତାପମାତ୍ରା ଥିଲା । ପ୍ରାକ ମୌସୁମୀ କାରଣରୁ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଘଟି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଦିନରେ ପାଗ ଶୁଖିଲା ରହିଥିବାରୁ ତାପମାତ୍ରା ସ୍ୱାଭାବିକ ଠାରୁ 3 ରୁ 4 ଡିଗ୍ରୀ ଅଧିକ ରହିଛି । ଶନିବାର 8ଟି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସେହିଭଳି କଟକ, ନୟାଗଡ଼ ଓ ଖୋର୍ଦ୍ଧାରେ ହିଟୱେଭ ଜନିତ ସତର୍କ ସୂଚନା ଜାରି କରାଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ