ଓଡିଶା

odisha

ETV Bharat / city

ଜଳ ସମ୍ପଦ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ଜଳ ସମ୍ପଦ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କଣ ରହିଛି ଅଭିଯୋଗ ପଢନ୍ତୁ ସଂପୂର୍ଣ୍ଣ ଖବର...

santosh sing saluja
santosh sing saluja

By

Published : Feb 26, 2020, 2:31 PM IST

ଭୁବନେଶ୍ବର: ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ବିଧାନସଭାରେ ଆସିଲା ସ୍ୱାଧୀକାର ଭଙ୍ଗ ନୋଟିସ । କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଏହି ନୋଟିସ ଆଣିଛନ୍ତି ।

ଏପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତର୍ଜମା କରିବେ ବୋଲି କହିଛନ୍ତି । ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକରେ ଜଳ ଯୋଗାଣ ନେଇ ମନ୍ତ୍ରୀ ଭିନ୍ନ ଭିନ୍ନ ତଥ୍ୟ ବିଧାନସଭାରେ ଦେଇଛନ୍ତି । ମନ୍ତ୍ରୀ ଗୃହରେ 3ଥର 3 ପ୍ରକାର ଉତ୍ତର ଦେଇଛନ୍ତି । ଗତ ବର୍ଷ ନଭେମ୍ବରରେ କହିଥିଲେ ୨୭% ଜଳ ଯୋଗାଣ ହେଉଛି, ପରେ କହିଲେ ୨୬.୯୩% ହେଉଛି । ଆଉ ଏବେ କହୁଛନ୍ତି 24 ପ୍ରତିଶତ ହେଉଛି ।

ସେ ଅଭିଯୋଗ କରିଛନ୍ତି ତୁରେଇକେଲା ବ୍ଲକରେ କୌଣସି ଜଳ ଯୋଗାଣ ହେଉନାହିଁ । କିନ୍ତୁ ମନ୍ତ୍ରୀ ଗୃହକୁ ଭୁଲ ତଥ୍ୟ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details