ଭୁବନେଶ୍ବର: ବିଜେପି ମୁଖପାତ୍ରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଜେପି ମୁଖପାତ୍ର ତାଙ୍କ ବିରୋଧରେ ଶଙ୍କରାଚାର୍ଯ୍ୟଙ୍କୁ ଅବମାନନା କରିଥିବାର ଅଭିଯୋଗ ଆଣିବା ପରେ ସେ ଏହି ପ୍ରସ୍ତାବ ଆଣିଛନ୍ତି।
ବିଜେପି ମୁଖପାତ୍ରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ ମିଶ୍ର - ଶଙ୍କରାଚାର୍ଯ୍ୟକୁ ଅପମାନ ପ୍ରସଙ୍ଗ
ଶଙ୍କରାଚାର୍ଯ୍ୟକୁ ନରସିଂହ ମିଶ୍ର ଅପମାନ କରିଥିବା ନେଇ ବିଜେପି ମୁଖପାତ୍ର ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ତାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ନରସିଂହ ମିଶ୍ର କହିଛନ୍ତି ଯେ, ବିଧାନସଭାରେ ଆଲୋଚନା ସମୟରେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ କୌଣସି ଆପତ୍ତିଜନକ ଶବ୍ଦ ବ୍ୟବହାର କରିନାହାଁନ୍ତି। ସେ ବିଧାନସଭାରେ ଉପସ୍ଥାପନ କରିଥିବା ପ୍ରସଙ୍ଗକୁ ନିଜେ ଶଙ୍କରାଚାର୍ଯ୍ୟ ଏକ ଚିଠି ଲେଖି ପ୍ରଶଂସା କରିଥିବା ପ୍ରକାଶ କରିଛନ୍ତି। ଏହାକୁ ସ୍ବାଧୀକାର ଭଙ୍ଗ ଭାବେ ଗ୍ରହଣ କରି ସ୍ବାଧୀକାର କମିଟିକୁ ବିଚାର ପାଇଁ ପଠାଯାଉ ବୋଲି ସେ ଦାବି କରିଛନ୍ତି।
ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ