ଓଡିଶା

odisha

ETV Bharat / city

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ, ମନଇଚ୍ଛା ଫି ଆଦାୟ କରୁଛନ୍ତି ଘରୋଇ ସ୍କୁଲ - ଘରୋଇ ସ୍କୁଲ ଫି ଆଦାୟ ପ୍ରସଙ୍ଗ

ଘରୋଇ ସ୍କୁଲ ଫି ନିର୍ଦ୍ଧାରଣକୁ ନେଇ ହାଇକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଘରୋଇ ସ୍କୁଲର ଅବମାନନା ନେଇ ଅନେକ ଅଭିଭାବକ ଓଡିଶା ଅଭିଭାବକ ମହାସଂଘ ନିକଟରେ ଅଭିଯୋଗ କରିଛନ୍ତି l ଅଧିକ ପଢନ୍ତୁ...

ମନଇଚ୍ଛା ଫି ଆଦାୟ କରୁଛନ୍ତି ଘରୋଇ ସ୍କୁଲ
ମନଇଚ୍ଛା ଫି ଆଦାୟ କରୁଛନ୍ତି ଘରୋଇ ସ୍କୁଲ

By

Published : Mar 4, 2021, 6:39 PM IST

ଭୁବନେଶ୍ବର: ଘରୋଇ ସ୍କୁଲ ଫି ନିର୍ଦ୍ଧାରଣକୁ ନେଇ ହାଇକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଘରୋଇ ସ୍କୁଲର ଅବମାନନା ନେଇ ଅନେକ ଅଭିଭାବକ ଓଡିଶା ଅଭିଭାବକ ମହାସଂଘ ନିକଟରେ ଅଭିଯୋଗ କରିଛନ୍ତି l ସ୍କୁଲମାନେ ଏମଓୟୁରେ ହୋଇଥିବା ନିର୍ଦ୍ଦେଶ ମୁତାବକ ସ୍କୁଲ ଫିରେ ରିହାତି ଓ ଛାଡ଼ ନ ଦେଇ ମନଇଚ୍ଛା ଫି ଆଦାୟ କରୁଛନ୍ତି ଘରୋଇ ସ୍କୁଲ।

ମନଇଚ୍ଛା ଫି ଆଦାୟ କରୁଛନ୍ତି ଘରୋଇ ସ୍କୁଲ
ଘରୋଇ ସ୍କୁଲମାନେ ଏକ ସ୍ଲାବ ପ୍ରସ୍ତୁତ କରି ମାତ୍ର ଅଳ୍ପ କିଛି ଛାଡ଼ କରି ଅଭିଭାବକଙ୍କୁ ପଇସା ପୈଠ କରିବାକୁ ତାଗିଦ କରିବା ସହ ପିଲାଙ୍କୁ ପରୀକ୍ଷା ଓ ଅନଲାଇନ କ୍ଲାସରୁ ବଞ୍ଚିତ କରିବାକୁ ଧମକ ଦେଉଛନ୍ତି । କିଛି ସ୍କୁଲ ମଧ୍ୟ ପଇସା ପାଇଁ ପିଲାଙ୍କୁ ପରୀକ୍ଷାରୁ ବଞ୍ଚିତ କରିଥିବାର ଅଭିଯୋଗ ଆସିଛି l ତେଣୁ ଓଡିଶା ଅଭିଭାବକ ମହାସଙ୍ଘ କହିଛି ଯେ, ସ୍କୁଲରେ ପିଲାଙ୍କୁ ଏହା ଏକ ପ୍ରକାର ମାନସିକ ନିର୍ଯାତନା l

ଅର୍ଥାତ ସ୍କୁଲ ଫି ନଦେବା ନେଇ ଅନଲାଇନ କ୍ଳାସରୁ ବାରଣ କରିବା ସହ ପରୀକ୍ଷାରୁ ବଞ୍ଚିତ କରିବା ଫଳରେ ପିଲାଟି ମାନସିକ ଯନ୍ତ୍ରଣା ପାଇବ l କିଛି ସ୍କୁଲ ନାଁରେ ଏଭଳି ଅଭିଯୋଗ ଆସିଥିବାବେଳେ ଅଭିଭାବକ ମହାସଙ୍ଘ ସ୍କୁଲର ମାଲିକ ଏବଂ ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରାଯିବ ବୋଲି ଗୁରୁବାର ବୁଦ୍ଧ ମନ୍ଦିର ଠାରେ ସାମ୍ବାଦିକ ସମ୍ମିଳନୀରେ ଏହାର ଅଧ୍ଯକ୍ଷ ବାସୁଦେବ ଭଟ୍ଟ କହିଛନ୍ତି l

ଜୁଭେନାଇଲ ଜଷ୍ଟିସ ଆକ୍ଟର ଧାରା ୭୫ ଅନୁଯାୟୀ କୌଣସି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଲେ ୩ ବର୍ଷ କିମ୍ବା 5 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଭରିବାକୁ ହେବ। ଏଣୁ ବିଦ୍ୟାଳୟଗୁଡିକ ସୁଧୁରି ଯାଆନ୍ତୁ ନଚେତ୍ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଚରମ ଚେତାବନୀ ଦେଇଛନ୍ତି । ଏହି ବିଷୟକୁ ଗୁରୁତ୍ୱ ସହ ନେଇ ପୋଲିସ କମିଶନରଙ୍କ ସହ କଥା ହେବା ସହ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, 5ଟି ସଚିବ, ଶିକ୍ଷା ସଚିବଙ୍କୁ ଜଣାଇଛୁ ବୋଲି ମହାସଂଘ ପ୍ରକାଶ କରିଛି l ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ରାଜରାସ୍ତାରେ ବିଦ୍ରୋହ ସହ ଅଭିଯୁକ୍ତ ସ୍କୁଲ ସମୁଖରେ ଘେରାଓ କରାଯିବ ବୋଲି ମହାସଂଘ କହିଛି l

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details