ଓଡିଶା

odisha

ETV Bharat / city

ଘରୋଇ ସ୍କୁଲ ସୂଚନା ଅଧିକାର ଆଇନ ପରିସରଭୁକ୍ତ, ସ୍ପଷ୍ଟ କଲା ସୂଚନା ଆୟୋଗ - ଘରୋଇ ସ୍କୁଲଙ୍କୁ ସୂଚନା ଆୟୋଗର ନିର୍ଦ୍ଦେଶ

ଘରୋଇ ସ୍କୁଲଗୁଡିକ ସୂଚନା ଅଧିକାର ଆଇନ ପରିସରଭୁକ୍ତ ବୋଲି ସ୍ପଷ୍ଟ କଲା ସୂଚନା ଆୟୋଗ । ଅଧିକ ପଢନ୍ତୁ

ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟଦେବାକୁ ବାଧ୍ୟ: ସୂଚନା ଆୟୋଗ
ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟଦେବାକୁ ବାଧ୍ୟ: ସୂଚନା ଆୟୋଗ

By

Published : Mar 20, 2022, 6:45 PM IST

ଭୁବନେଶ୍ବର: ଘରୋଇ ସ୍କୁଲଗୁଡିକ ସୂଚନା ଅଧିକାର ଆଇନ ପରିସରଭୁକ୍ତ । ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟଦେବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତିକୁ ଆଧାରକରି ସୂଚନା ଆୟୋଗ ସ୍ପଷ୍ଟୀକରଣ କରିଛି । ଅଭିଭାବକ ସଂଘର ସଭାପତି ଡକ୍ଟର ଗଗନ ବିହାରୀ ରାଉତଙ୍କ ଆବେଦନକୁ ଶୁଣାଣିକରି ସୂଚନା ଅଧିକାରୀ ଆୟୋଗ ଏପରି କହିଛନ୍ତି ।

ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟଦେବାକୁ ବାଧ୍ୟ: ସୂଚନା ଆୟୋଗ

ସୂଚନା ଅଧିକାରୀ ଆୟୋଗ କହିଛି ଯେ, କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷ ଭାବରେ ଆର୍ଥିକ ସହାୟତା ପାଇଥିଲେ, ସୂଚନା ଅଧିକାର ଆଇନ ପରିସରଭୁକ୍ତ ଅଟନ୍ତି । ସର୍ବାଧିକ ସହାୟତା ପାଇନଥିବା ଯୁକ୍ତିକୁ କୌଣସି ମାପଦଣ୍ଡ ଭାବରେ ନିଆଯାଇପାରିବ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦାହରଣ ଥିଲା କି କରମୁକ୍ତ ବା ରିହାତି ଦରରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥିକ ସହାୟତା ପାଇଛନ୍ତି ବୋଲି ଧରାଯିବ ।

ତେବେ ଖବର ଅନୁଯାୟୀ, ଗଗନ ରାଉତ ୟୁନିଟ 8 ଡ଼ିଏଭି ସ୍କୁଲର ତଥ୍ୟ ସୂଚନା ଅଧିକାର ମାଧ୍ୟମରେ ଭୁବନେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଗିଥିଲେ । ସ୍କୁଲ ସୂଚନା ଅଧିକାର ପରିସରଭୁକ୍ତ ନୁହେଁ କହି ତଥ୍ୟ ଦେଇନଥିଲେ । ପରିଶେଷରେ ସୂଚନା ଆୟୋଗଙ୍କ ଉପରୋକ୍ତ ରାୟ ପ୍ରକାଶ କରି 30 ଦିନ ମଧ୍ୟରେ ତଥ୍ୟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।



ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details