ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଉଠିଲା ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନୀ (L&T) ବଜ୍ୟାପ୍ତି ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବିଧାନସଭାରେ ଉଠାଇଛନ୍ତି ପ୍ରସଙ୍ଗ । ବିଭାଗ ଓ ସରକାରଙ୍କୁ ଘେରିବା ସହ କରିଛନ୍ତି କଡା ସମାଲୋଚନା ।
ମୋହନ କହିଛନ୍ତି ଯେ, L&T କମ୍ପାନୀ ପୂର୍ତ୍ତ ବିଭାଗ ଠାରୁ ୨୦ କୋଟି ଟଙ୍କା ପାଇବାର ଥିଲା । ଯାହାକୁ ପୈଠ କରିନଥିଲେ ସରକାର । ଏହାଦ୍ବାରା, ବିଶ୍ଵସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର । ମନ୍ତ୍ରୀଙ୍କ ପାଖରେ ଖବର ନରହିବା ଦୁର୍ଭାଗ୍ୟଜନକ । କେଉଁ ମାନେ ଏଥିରେ ସଂପୃକ୍ତ ଅଛନ୍ତି ପର୍ଦ୍ଦାଫାଶ ହେଉ । ଘଟଣାକୁ ନେଇ ବିଜେପି ଚୁପ ବସିବନି ।