ଓଡିଶା

odisha

ETV Bharat / city

ପାୱାର ଟିଲରରେ ହଳ କରିବେ କଏଦୀ, ୨୨ଟି ଜେଲରେ ଖୋଲିବ ତେଲ ପ୍ରୋସେସିଙ୍ଗ ୟୁନିଟ - ୨୨ ଟି ଜେଲରେ ତେଲ ପ୍ରୋସେସିଙ୍ଗ ୟୁନିଟ

ଉତ୍ପାଦନ ବୃଦ୍ଧି ପାଇଁ ଏଣିକି ପାଓ୍ବାରଟିଲରରେ ହଳ କରିବେ କଏଦୀ, ୨୨ଟି ଜେଲରେ ଖୋଲିବ ତେଲ ପ୍ରୋସେସିଙ୍ଗ ୟୁନିଟ । ଅଧିକ ପଢ଼ନ୍ତୁ...

Prisoner to plow in power tiller jail, oil processing unit to open in 22 jails, bhubaneswar news, ପାଓ୍ବାର ଟିଲରରେ ହଳ କରିବେ କଏଦୀ, ୨୨ ଟି ଜେଲରେ ତେଲ ପ୍ରୋସେସିଙ୍ଗ ୟୁନିଟ, ଭୁବନେଶ୍ବର ଖବର
ପାୱାର ଟିଲରରେ ହଳ କରିବେ କଏଦୀ, ୨୨ଟି ଜେଲରେ ଖୋଲିବ ତେଲ ପ୍ରୋସେସିଙ୍ଗ ୟୁନିଟ

By

Published : Jul 17, 2021, 7:55 AM IST

ଭୁବନେଶ୍ବର: ଜେଲରେ ପାଓ୍ବାର ଟିଲରରେ ହଳ କରିବେ କଏଦୀ । ୨୨ଟି ଜେଲରେ ତେଲ ପ୍ରୋସେସିଙ୍ଗ ୟୁନିଟ ଖୋଲିବା ନେଇ ସୂଚନା ।

ଜେଲ ଉତ୍ପାଦ ସାମଗ୍ରୀକୁ ଗୁରୁତ୍ଵ ଦେଇଛନ୍ତି ସରକାର । ଉତ୍ପାଦନ ବୃଦ୍ଧି ପାଇଁ ଏଣିକି ପାଓ୍ବାରଟିଲରରେ ହଳ କରିବେ କଏଦୀ । ୧୫ଟି ଜେଲ ପାଇଁ ପାୱାର ଟିଲର ଦେବାକୁ ହୋଇଛି ବ୍ୟବସ୍ଥା । ଏଥିସହ ୨୨ଟି ଜେଲରେ ରହିବ ତେଲ ପ୍ରୋସେସିଙ୍ଗ ୟୁନିଟ ।

ପାୱାର ଟିଲରରେ ହଳ କରିବେ କଏଦୀ, ୨୨ଟି ଜେଲରେ ଖୋଲିବ ତେଲ ପ୍ରୋସେସିଙ୍ଗ ୟୁନିଟ

୩୦ ଜିଲ୍ଲାର ମୁଖ୍ୟାଳୟରେ ଥିବା ଜେଲରେ ରହିବ ଫୁଡ଼ ପ୍ରୋସେସିଙ୍ଗ ୟୁନିଟ । ଫଳରେ ଜେଲରୁ ଉତ୍ପାଦ ସାମଗ୍ରୀକୁ ପ୍ରାଧାନ୍ୟ ପାଇଁ ରାଜ୍ୟ ସରକାର ଏ ନେଇ ଜେଲ ବିଭାଗକୁ ଅନୁମତି ଦେଇଛନ୍ତି । ଜେଲର ସୁରକ୍ଷା ଦୃଷ୍ଟିରୁ ଜେଲ ଭିତରକୁ ମୋବାଇଲ ଓ ଡ୍ରଗ୍ସ ପ୍ରଵେଶ ଉପରେ ରୋକ ଲଗାଇବାକୁ ଡିପ ସର୍ଚ ମେଟାଲ ଡିଟେକ୍ଟର ଲଗାଯିବ। ଜେଲ ଭିତରେ ବ୍ୟବହାର ହେବ ବଡି କ୍ୟାମେରା, ଫଳରେ ଜେଲ ଭିତରେ ହେଉଥିବା କାର୍ଯ୍ୟକଳାପ ଉପରେ ରୋକ ଲାଗିପାରିବ।

ଚୌଦ୍ବାର ଓ ଭୁବନେଶ୍ବର ଜେଲରେ ୨୦ଟି କ୍ୟାମେରା ପାଇଲଟ ପ୍ରୋଜେକ୍ଟ ଭାବେ ବ୍ୟବହାର ହେବ। ପରବର୍ତ୍ତୀ ସମୟରେ ଅନ୍ୟ ଜେଲରେ ମଧ୍ୟ ବ୍ୟବହାର ହେବ। ଏହାଦ୍ବାରା ଜେଲ ଭିତରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ କାର୍ଯ୍ୟକଳାପ ନଜରରେ ରଖାଯାଇପାରିବ ବୋଲି ଆଶା ରଖାଯାଇଛି । ସେହିପରି ୪୦ଟି ଜେଲରେ ରହିବ ଇ ରିକ୍ସା । ଅସୁସ୍ଥ କଏଦୀଙ୍କ ପାଇଁ ଏହି ଇ ରିକ୍ସା ବ୍ୟବହାର ଉପଯୋଗୀ ହେବ । ଭୁବନେଶ୍ବର ଜେଲରେ ହେବ ୨୦ ବେଡ଼ର ସନଷ୍ଟ୍ରୋକ ଓ ଇସିଜି ବ୍ୟବସ୍ଥା ଥିବା ହସ୍ପିଟାଲ । ପଦ୍ମପୁର, ଜଗତସିଂହପୁର, ସୋରଡା ଓ ଜି ଉଦୟଗିରି ଭଳି ଜେଲରେ ରହିବ ୧୦ ବେଡ଼ର ସୁବିଧା । ୧୩ଟି ଜେଲରେ ଭିଡିଓ କନଫରେନ୍ସିକୁ ଅପଗ୍ରେଡସନ କରାଯିବ। ଯାଦ୍ବାରା ଭିସିରେ କଏଦୀଙ୍କୁ ଅଦାଲତ ସହ ଇ ହାଜର କରାଯାଇ ପାରିବ। ଏହାସହ ୨୦୨୦ ଓ ୨୦୨୧ମସିହାରେ ଆହୁରି ୨୨୦୯ କଏଦୀ ରହିପାରିବା ଭଳି କ୍ଷମତା ବଢାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details