ଓଡିଶା

odisha

ETV Bharat / city

ଜେଲ୍ କଏଦୀଙ୍କ ବଢିଲା ଦୈନିକ ଦରମା, ସର୍ବାଧିକ 145 ଟଙ୍କା ବୃଦ୍ଧି - ଭୁବନେଶ୍ବର ଖବର

କଏଦୀଙ୍କର ବଢିଲା ଦୈନିକ ଦରମା । 90 ଟଙ୍କା ବଢିଲା ଦରମା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ । ଏହାଛଡା ଆଗକୁ ପେଟ୍ରୋଲ ଟାଙ୍କି ଚଲାଇବାକୁ ଯୋଜନା ଚାଲିଛି । ଅଧିକ ପଢନ୍ତୁ

ଜେଲ୍ କଏଦୀଙ୍କ ବଢିଲା ଦୈନିକ ଦରମା
ଜେଲ୍ କଏଦୀଙ୍କ ବଢିଲା ଦୈନିକ ଦରମା

By

Published : Apr 17, 2022, 8:40 AM IST

ଭୁବନେଶ୍ବର: କଏଦୀଙ୍କର ବଢିଲା ଦୈନିକ ଦରମା । 90 ଟଙ୍କା ବଢିଲା ଦରମା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ । ଏହାଛଡା ଆଗକୁ ପେଟ୍ରୋଲ ଟାଙ୍କି ଚଲାଇବାକୁ ଯୋଜନା ଚାଲିଛି । ଜେଲରେ ଦୈନିକ ମଜୁରିଆ ଭାବେ କାମ କରନ୍ତି । ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ । କଏଦୀ ଓ କାରଗାର ବିଭାଗର ଜେଲ ସଂସ୍କାର ପାଇ ଏଭଳି ଅନେକ ପ୍ରୟାସ ଜାରି ରଖିଛନ୍ତି ସରକାର ।

ଜେଲ୍ କଏଦୀଙ୍କ ବଢିଲା ଦୈନିକ ଦରମା

ଜେଲରେ ଖଟୁଥିବା ଦୈନିକ ମଜୁରି ବଢିଛି । ପୂର୍ବରୁ ଦୈନିକ କାମ କରି ପାରିଶ୍ରମିକ ପାଉଥିବା ଅଣ କୁଶଳୀ ୫୫ ବଦଳରେ ୯୫କୁ ବୃଦ୍ଧି ହୋଇଛି। ସେହିପରି ମଧ୍ୟମ କୁଶଳୀ ଥିବା କଏଦୀଙ୍କର ୬୦ ଟଙ୍କା ଥିବା ଦରମା ୧୧୦ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି କୁଶଳୀ ଥିବା କଏଦୀଙ୍କ ଦରମା ୭୦ ଟଙ୍କାରୁ 145 ଟଙ୍କାକୁ ବଢିଛି । କେବଳ ରୋଷେଇ ନୁହେଁ ମାଳି କାମଠୁ ଆରମ୍ଭ କରି କପଡା ସିଲେଇ ଆଦି ଅନେକ କାମ କରଥାନ୍ତି । କାମ ଅନୁସାରେ ପାରିଶ୍ରମିକ ମଧ୍ୟ ପାଆନ୍ତି ।

କୋଣସି ବ୍ୟକ୍ତି ଯଦି ଜେଲ ଆସେ ପରିବାର ଲୋକ ହଇରାଣ ନ ହେବା ପାଇଁ ପାରିଶ୍ରମିକ ଟଙ୍କାକୁ NEFT ମାଧ୍ୟମରେ ମଧ ତାଙ୍କ ପରିବାର ଲୋକଙ୍କୁ ପଠାଯାଇପାରିବ। ସେହିପରି ଜେଲ ବିଭାଗ ପକ୍ଷରୁ ତାମିଲନାଡୁ ଢାଞ୍ଚା ଅନୁସରଣ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ଜେଲ ବିଭାଗ ଓ ଆଇଓସିଏଲ ଦ୍ବାରା ସହ ବନ୍ଧିତରେ ୪ଟି ପେଟ୍ରୋଲ ପମ୍ପ ଖୋଲିବାକୁ ଯୋଜନା‌ ରହିଛି। ଯେଉଁଠି ପେଟ୍ରୋଲ ପମ୍ପରେ ଜେଲ କଏଦୀ କାମ କରିବେ। ତାଙ୍କ ପାରିଶ୍ରମିକ ମିଳିବା ସହ ଜେଲ ବିଭାଗର ତେଲ ବିକ୍ରି କରି ଲାଭବାନ ହେବାକୁ ଯୋଜନା‌ ରହିଛି।

ଏହି ଢଙ୍ଗରେ ତାମିଲନାଡୁରେ ଜେଲ ବିଭାଗ ଏହି ସଂସ୍କାରମୂଳକ ହାତକୁ ନେଇ ବିଭାଗ ଅନେକ ଲାଭ କମାଇଛନ୍ତି ଯାହା ଦ୍ବାରା ଅପରାଧ ଘଟାଇ ଆସିଥିବା ଅପରାଧୀ ଯେପରି ଅପରାଧ ଦୁନିଆକୁ ନ ଫେରିବ ସେନେଇ ତାଙ୍କ ପାଇ ବିଭିନ୍ନ ଦୋକାନ ଓ ବ୍ୟବସାୟ କରିବା ପାଇ ଆର୍ଥିକ ସହଯୋଗ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଥଇଥାନ ଭଳି କାର୍ଯ୍ୟ ନିଆଯାଉଛି । ଯାହାକି ବେଶ ଚର୍ଚ୍ଚାରେ ରହିଛି । ରାଜ୍ୟର କୋଣସି ଜେଲରେ ସରକାରୀ ରୋଷେୟା ନାହାନ୍ତି । ଅର୍ଥାତ କଏଦୀଙ୍କୁ ରୋଷେଇ କରି ଦେବା ପାଇଁ ସରକାରଙ୍କ ପକ୍ଷରୁ କାହାକୁ ଦାୟିତ୍ବ ଦିଆଯାଇନାହିଁ। କଏଦୀ ନିଜେ ହିଁ ରୋଷେଇ କରନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details