ଓଡିଶା

odisha

ETV Bharat / city

‘ଶିଳ୍ପ ପ୍ରତିଷ୍ଠାନ ପାଇଁ ଶିଳ୍ପବିହୀନ ଜିଲ୍ଲାକୁ ଦିଆଯିବ ପ୍ରାଥମିକତା’ - ଶିଳ୍ପବିହୀନ ଜିଲ୍ଲାକୁ ପ୍ରାଥମିକତା

ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ପାଇଁ ଶିଳ୍ପବିହୀନ ଜିଲ୍ଲାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢ଼ନ୍ତୁ...

Priority to non-industrial districts, establishment of industries, minister divya shankar mishra, ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ, ଶିଳ୍ପବିହୀନ ଜିଲ୍ଲାକୁ ପ୍ରାଥମିକତା, ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର
‘ଶିଳ୍ପ ପ୍ରତିଷ୍ଠାନ ପାଇଁ ଶିଳ୍ପବିହୀନ ଜିଲ୍ଲାକୁ ଦିଆଯିବ ପ୍ରାଥମିକତା’

By

Published : Jul 20, 2021, 7:18 AM IST

ଭୁବନେଶ୍ବର: ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନବେଳେ ଶିଳ୍ପବିହୀନ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ । ଆଞ୍ଚଳିକ ବୈଷ୍ୟମତା ଦୂରୀଭୂତ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ହେବା । ଏହା ସହ ଅର୍ଥନୈତିକ ସନ୍ତୁଳନ ବଜାୟ ରହିବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ବିଜୁ ଏକ୍ସପ୍ରେସ୍‌ ୱେ'ର ଉଭୟ ପାର୍ଶ୍ଵରେ ଶିଳ୍ପାୟନ ପାଇଁ ଆବଶ୍ୟକ ପରିମାଣର ସରକାରୀ ଜମି ଉପଲବ୍ଧ ରହିଛି । ଏଥି ସହିତ ବିଦ୍ୟୁତ, ଜଳ ଓ ସଡ଼କ ପ୍ରଭୃତି ଉପଲବ୍ଧ ଥିବା ଦୃଷ୍ଟିରୁ ନୂତନ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଏକ ଅନୁକୂଳ ବାତାବରଣ ରହିଛି । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବିଶେଷ ଭାବେ ଶାନ୍ତିପୂର୍ଣ୍ଣ ଶିଳ୍ପ ପରିବେଶ ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି ।

ଏକ ଭର୍ଚୁଆଲ ବୈଠକରେ ଝାରସୁଗୁଡ଼ା, ଅନୁଗୁଳରେ ବେଦାନ୍ତ ଦ୍ବାରା କରାଯାଉଥିବା ଆଲୁମିନିୟମ୍‌ ପାର୍କ, ଭଦ୍ରକର ଟେକ୍ସଟାଇଲ୍‌ କ୍ଲଷ୍ଟର, ପାରାଦ୍ବୀପର ପ୍ଲାଷ୍ଟିକ୍‌ ପାର୍କ, ଡେରାସରେ ସି-ଫୁଡ୍‌ ପାର୍କ ଏବଂ ଏନଏଚ ୧୬ ଉପରେ ଗଢ଼ିଉଠୁଥିବା ଓଡ଼ିଶା ଇକୋନୋମିକ୍‌ କରିଡ଼ର ଉପରେ ଆଲୋଚନା କରାଯାଇଛି । ଏଥି ସହିତ ଦୀପାର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଛି ।

ରାଜ୍ୟର ଶିଳ୍ପାୟନ ଓ ଶିଳ୍ପ ପ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିବା ଦର୍ଶାଇ ବିଭାଗର କାର୍ଯ୍ୟଧାରାକୁ ଆହୁରି ଶାଣିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେଉଁସବୁ ଶିଳ୍ପପୁଞ୍ଜ ଚିହ୍ନଟ ହୋଇଛି ସେଗୁଡ଼ିକରେ ବିଜୁଳି, ପାଣି, ସଡ଼କ ଭଳି ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧ କରିବା ଦିଗରେ ଇଡ୍‌କୋକୁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ଫଳରେ ଯେକୌଣସି ସମୟରେ ଆଗ୍ରହୀ ଶିଳ୍ପସଂସ୍ଥାରେ ସେ ସବୁକୁ ପ୍ରଦର୍ଶିତ କରାଗଲେ ସେମାନେ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗଭର ହେବେ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ମତ ରଖିଛନ୍ତି ।

ବାୟୋ-ଇଥେନଲ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିବାକୁ ହେବ ବୋଲି ସଚିବ କହିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ୫-‘ଟି’ ଓ ‘ମୋ ସରକାର’ ଅଧୀନକୁ ଆଣି କାର୍ଯ୍ୟକ୍ରମ ସଞ୍ଚାଳନ ପାଇଁ କୁହାଯାଇଛି । ବୈଠକରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ପି ଆଣ୍ଡ ଏର ସିଜିଏମ୍‌ ଗଣେଶ୍ବର ଜେନାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details