ଓଡିଶା

odisha

ETV Bharat / city

କୃଷି ଉତ୍ପାଦନ ବୃଦ୍ଧି ପାଇଁ ବ୍ୟାଙ୍କ ଗୁଡିକ ଋଣ ଯୋଗାଇବା ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ଵ - ଋଣ ଯୋଗାଇବା ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ଵ

କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ କୃଷି କ୍ଷେତ୍ରକୁ ଠିକ ସମୟରେ ଆବଶ୍ୟକୀୟ ଋଣ ଯୋଗାଇ ଦେବା ଆବଶ୍ୟକତା ରହିଛି । ଏହା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ଅଧିକ ପଢନ୍ତୁ

ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ଵ
ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ଵ

By

Published : Sep 14, 2022, 1:14 PM IST

ଭୁବନେଶ୍ବର: କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ କୃଷି କ୍ଷେତ୍ରକୁ ଠିକ ସମୟରେ ଆବଶ୍ୟକୀୟ ଋଣ ଯୋଗାଇ ଦେବା ଆବଶ୍ୟକତା ରହିଛି । ଏହା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସବ କମିଟି ବୈଠକ ମଙ୍ଗଳବାର ଭିସି ଜରିଆରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନର ଅଗ୍ରଗତି ସଂପର୍କରେ ସେ ସମୀକ୍ଷା କରିଛନ୍ତି । ଏହି ଅବସରରେ କୃଷି କ୍ଷେତ୍ରକୁ ଅଗ୍ରାଧକାର ଭିଭିରେ ଫସଲ ଋଣ ଏବଂ ଅନ୍ୟାନ୍ୟ ଦୀର୍ଘ ମିଆଦି ଋଣ ଯୋଗାଇଦେବା ପାଇଁ ସେ କହିଛନ୍ତି । କୃଷିର ବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ଦିଗରେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି ।

କୃଷି ଉତ୍ପାଦନ ବୃଦ୍ଧି ପାଇଁ ବ୍ୟାଙ୍କ ଗୁଡିକ ଋଣ ଯୋଗାଇବା ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ଵ

ଏହି ପରିପ୍ରେକ୍ଷୀରେ ଏଗୁଡ଼ିକର ସଫଳ ରୂପାୟନ ଦିଗରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁବିଧାରେ ଋଣ ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି । ବୈଠକରେ ବଳରାମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏମ୍ଆଇଡିଏଚ୍ ସମେତ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ସଂପର୍କିତ ସ୍ଵତନ୍ତ୍ର ରଣ ଯୋଗାଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ଆଲୋଚନା କରାଯାଇଛି । ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରବର୍ତ୍ତିତ ୫ଟି ସୂତ୍ର ଅନୁପାଳନପୂର୍ବକ ଋଣ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଚାଷୀମାନଙ୍କୁ ସୁବିଧାରେ ଋଣ ପ୍ରଦାନର ସ୍ଥିତି ସଂପର୍କରେ ଅବଗତ କରାଇବା ନିମନ୍ତେ କ୍ରେଡିଲ୍ ପୋର୍ଟାଲକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ ତଥା ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଆପିକଲର ପରିଚାଳନା ନିର୍ଦ୍ଦେଶକ, ନାବାର୍ଡର ମୁଖ୍ୟ ପରିଚାଳକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ, ଅର୍ଥ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ରିଜର୍ଭ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଓ ଅନ୍ୟ ସମସ୍ତ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details