ଓଡିଶା

odisha

ETV Bharat / city

ବାତ୍ୟା ସହାୟତା ମାଗିଲାନି ଓଡିଶା, ମୋଦିଙ୍କ ବୈଠକରେ ନବୀନ ରଖିଲେ 2 ଦୀର୍ଘମିଆଦି ଦାବି - ସମୀକ୍ଷା ବୈଠକ

ଭୁବନେଶ୍ବରରେ ମୋଦି
ଭୁବନେଶ୍ବରରେ ମୋଦି

By

Published : May 28, 2021, 11:57 AM IST

Updated : May 28, 2021, 9:32 PM IST

11:55 May 28

ସରିଲା ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ

ସରିଲା ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ

ଭୁବନେଶ୍ବର: ବାତ୍ୟା ୟସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ମୋଦି । 

ବର୍ତ୍ତମାନ ସମୟରେ ବାତ୍ୟା ସହାୟତା ମାଗିନଥିଲା ଓଡିଶା । ଯେହେତୁ ଦେଶ କୋରୋନା ମହାମାରୀର ସଙ୍କଟ ଦେଇ ଗତିକରୁଛି, ଆମେ କେନ୍ଦ୍ର ସରକାରଙ୍କୁ ବୋଝ ଦେବା ପାଇଁ କୌଣସି ଆର୍ଥିକ ସହାୟତା ଲୋଡି ନାହୁଁ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଙ୍କଟକୁ ଦୂର କରିବା ପାଇଁ ନିଜ ସମ୍ବଳ ମାଧ୍ୟମରେ ପରିଚାଳନା କରିବାକୁ ଚାହୁଁଥିବା କହିଛନ୍ତି ନବୀନ ।

ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, SRC ଓ ବରିଷ୍ଠ  ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । 

ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଓଡିଶା 2ଟି ଦୀର୍ଘକାଳିନ ଦାବି ରଖିଛି । ଭୂତଳ ବିଦ୍ୟୁତିକରଣ ସମେତ ବିପର୍ଯ୍ୟୟ ନିରୋଧି ବିଦ୍ୟୁତ ଯୋଗାଣ ସେବା ମାଗିଛି ଓଡିଶା । ଏହାସହ ବାତ୍ୟା ସହାୟତା ମାଗିନଥିବା ସ୍ପଷ୍ଟ କରିଛନ୍ତି ଏସଆରସି । 7 ଦିନ ମଧ୍ୟରେ କେନ୍ଦ୍ରକୁ ବାତ୍ୟା ପରିଚାଳନା ରିପୋର୍ଟ ଦିଆଯିବ । ଏହାସହ ଓଡିଶାର ବାତ୍ୟା କ୍ଷୟକ୍ଷତି ଓ ପରିଚାଳନା ସମ୍ପର୍କିତ 8 ମିନିଟର ଭିଡିଓ ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ବ୍ୟବସ୍ଥା ଏବଂ ବଡ଼ ଜୁଆରରୁ ରକ୍ଷା ପାଇବା ଭଳି ତଟୀୟ ବନ୍ଧ ନିର୍ମାଣ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ସରକାର । 

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 28, 2021, 9:32 PM IST

ABOUT THE AUTHOR

...view details