ଭୁବନେଶ୍ବର: କୋଟପାଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ରାଷ୍ଟ୍ରପତି ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଉକ୍ତ ଦୁର୍ଘଟଣାରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ରାଷ୍ଚ୍ରପତି ରାମନାଥ କୋବିନ୍ଦ ।
କୋଟପାଡ ମର୍ମନ୍ତୁଦ ସଡକ ଦୁର୍ଘଟଣା; ରାଷ୍ଟପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଦୁଖଃ ପ୍ରକାଶ କରିବା ସହ ଆହତ ମାନଙ୍କ ପାଇଁ ସମବେଦନା ଜଣାଇଛନ୍ତି ।
କୋଟପାଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରବିବାର ରାତିରେ କୋରାପୁଟ ଜିଲ୍ଲା କୋଟପାଡରେ ଦୁର୍ଘଟଣା ଘଟି 12 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତକ ଛତିଶଗଡ ଜଗଦଲପୁରର ବାସିନ୍ଦା ହୋଇଥିବା ସୂଚନା ମିଳିଛି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଗୁରୁତରଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ନବୀନ ।
କୋଟପାଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ଛତିଶଗଡ଼ ସୀମାନ୍ତ କୋଟପାଡ ବ୍ଲକ ଅନ୍ତର୍ଗତ ମୂର୍ତାହାଣ୍ଡି ଠାରେ ଏକ ପିକଅପ ଭ୍ୟାନ ଓଲଟିବାରୁ 12 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 10 ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।