ଓଡିଶା

odisha

ETV Bharat / city

2 ବର୍ଷ ପରେ ଖୋଲିଲା ପ୍ରାଥମିକ ସ୍କୁଲ, ସାଙ୍ଗମାନଙ୍କୁ ପାଖରେ ପାଇ ଖୁସି ଛାତ୍ରଛାତ୍ରୀ - ଖୋଲିଲା ପ୍ରାଥମିକ ବିଦ୍ୟାଳୟ

ଆଜି ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ଶିକ୍ଷାଗ୍ରହଣ ସାଙ୍ଗକୁ ସହପାଠୀଙ୍କୁ ପାଖରେ ପାଇ ବେଶ ଖୁସି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଖୋଲିଲା ପ୍ରାଥମିକ ବିଦ୍ୟାଳୟ, ସାଙ୍ଗମାନଙ୍କୁ ପାଇଁ ଖୁସି ଛାତ୍ର ଛାତ୍ରୀ
ଖୋଲିଲା ପ୍ରାଥମିକ ବିଦ୍ୟାଳୟ, ସାଙ୍ଗମାନଙ୍କୁ ପାଇଁ ଖୁସି ଛାତ୍ର ଛାତ୍ରୀ

By

Published : Feb 28, 2022, 11:54 AM IST

ଭୁବନେଶ୍ବର: ଆଜି ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କ୍ଲାସରୁମରେ ଶିକ୍ଷା ଗ୍ରହଣ ଆରମ୍ଭ କରିଛନ୍ତି । ଶିକ୍ଷାଗ୍ରହଣ ସାଙ୍ଗକୁ ସହପାଠୀଙ୍କୁ ପାଖରେ ପାଇ ବେଶ ଖୁସି ଅଛନ୍ତି ଛାତ୍ରଛାତ୍ରୀ । କୋରୋନାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଖୋଲିଲା ପ୍ରାଥମିକ ବିଦ୍ୟାଳୟ, ସାଙ୍ଗମାନଙ୍କୁ ପାଇଁ ଖୁସି ଛାତ୍ର ଛାତ୍ରୀ

ସପ୍ତାହକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପାଠ୍ୟକ୍ରମରୁ କୌଣସି ଶିକ୍ଷା ଦିଆଯିବ ନାହିଁ। ବରଂ ସେମାନଙ୍କୁ ମାନସିକ ଚିନ୍ତା ମୁକ୍ତ ରଖିବା ସହିତ କ୍ୟାମ୍ପସରେ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯିବ।

ପିଲାଙ୍କ ସହ କୋରୋନା ସମୟର ଅନୁଭୂତି, ସ୍କୁଲ ବନ୍ଦ ସମୟର ଅନୁଭୂତି, ଖେଳ, ଗପ ଶୁଣାଇବା, ଚିତ୍ରାଙ୍କନ, କ୍ରିଏଟିଭ୍‌ ଚିନ୍ତାଧାରା, କ୍ରାଫ୍ଟ ଓ୍ବାର୍କ ଆଦି ବିଷୟରେ ଆଲୋଚନା କରିବେ ଶିକ୍ଷକ ଶିକ୍ଷୟତ୍ରୀ। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ସ୍କୁଲ ଆସୁଥିବାରୁ ପିଲାମାନେ ବେଶ ଖୁସିପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details