ଓଡିଶା

odisha

ETV Bharat / city

‘ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସ ଭଡା - କମିଲା ଏସି ବସର ଭଡା

'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର । ଏସି ବସରେ 2 ମାସ ପର୍ଯ୍ୟନ୍ତ ରିହାତି ପାଇବେ ଯାତ୍ରୀ । ଜାଣନ୍ତୁ ସବିଶେଷ ତଥ୍ୟ...

'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସର ଭଡା
'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସର ଭଡା

By

Published : Nov 29, 2019, 10:29 PM IST

ଭୁବନେଶ୍ବର: 'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର । ଏସି ବସରେ 2 ମାସ ପର୍ଯ୍ୟନ୍ତ ରିହାତି ପାଇବେ ଯାତ୍ରୀ । କମିଲା ୩୮ ପ୍ରତିଶତ ଭଡା । ଡିସେମ୍ବର 1 ରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଲାଗୁ ହେବ ଏହି ନୂଆ ବସ ଭଡା ।

'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସର ଭଡା

ଶୀତଦିନ ପାଇଁ ୩୦ ପ୍ରତିଶତ ହ୍ରାସ ପାଇଲା ଏସି ବସ ଭଡା । ବସ ଭଡା ଦେବା ବେଳେ ଆଉ ଖୁଚୁରା ପଇସା ଦେବାକୁ ପଡିବନାହିଁ । ଶୀତ ଦିନ ପାଇଁ 'ମୋ ବସ' ର ଏସି ବସରେ ଭଡା କମିଛି । ଭୁବନେଶ୍ବର ନନ ଏସି ବସ ମାସିକ ପାସ ପାଇଁ ୬୦୦ ରହିଥିବା ବେଳେ ବର୍ତ୍ତମାନ ୫୫୦ ଟଙ୍କା ହୋଇଛି ।

ଏସି ବସର ପାସ ୯୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୭୦୦ ଟଙ୍କା ହୋଇଛି । ମ୍ୟାଜିକ ନନ ଏସି ବସ ପାଇଁ ୧୨୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୧୧୦୦ ଟଙ୍କା ରଖାଯାଇଛି । ଏସି ପାସ ୧୮୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୧୫୦୦ ଟଙ୍କାକୁ ଖସିଛି ।

ଏହାବାଦ ଖୁବଶୀଘ୍ର ଭୁବନେଶ୍ବରରେ ଗଡ଼ିବ ଆଉ ୫୦ ଟି ନୂଆ ବସ । ଡିସେମ୍ବର ୧୫ ସୁଦ୍ଧା ଇ-ବସ ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ୨୦୨୦ରେ ଚାଲିବ ୧୦୦ ଟି ନୂଆ ବସ । ୮୦ ଟି ପୁରୁଣା ବସକୁ ମରାମତି କରି ଗଡ଼ିବ ବସ । 'ମୋ ବସ' ର ଭଡା ସୁବ୍ୟବସ୍ଥିତ କରିବା ପାଇଁ 5 ଏକାଧିକ ବ୍ୟବସ୍ଥା କରାଯିବ। ଏନେଇ ସୂଚନା ଦେଇଛନ୍ତି କ୍ରୁଟ ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details