ଓଡିଶା

odisha

ETV Bharat / city

ପରିକ୍ରମା ପ୍ରକଳ୍ପ ନିର୍ମାଣ ରାୟ ପୁନଃସମୀକ୍ଷା କରନ୍ତୁ ସୁପ୍ରିମକୋର୍ଟ: ବୁଦ୍ଧିଜୀବୀ ସଂଗୋଷ୍ଠୀ - ବୁଦ୍ଧିଜୀବୀ ସଂଗୋଷ୍ଠୀ

ମନ୍ଦିର ଉପରେ ଏବେବି ବିପଦଥିବା ଦର୍ଶାଇ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ପୁନଃ ସମୀକ୍ଷା କରନ୍ତୁ ଓ ସମାନ ବିଚାରପତି ନେଇ ଆଉଥରେ ବୈଠକ କରିବାକୁ ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ବୁଦ୍ଧିଜୀବୀ ସଂଗୋଷ୍ଠୀ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ସୁପ୍ରିମକୋର୍ଟ ପୁନଃ ସମୀକ୍ଷା କରନ୍ତୁ:ବୁଦ୍ଧିଜୀବୀ ସଂଗୋଷ୍ଠୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ସୁପ୍ରିମକୋର୍ଟ ପୁନଃ ସମୀକ୍ଷା କରନ୍ତୁ:ବୁଦ୍ଧିଜୀବୀ ସଂଗୋଷ୍ଠୀ

By

Published : Jun 21, 2022, 11:05 AM IST

ଭୁବନେଶ୍ବର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟ ଗ୍ରୀନ୍ ସିଗନାଲ୍ ଦେବା ପରେ ଖୁବ ଜୋରସୋରେ ଚାଲିଛି କାମ । କିନ୍ତୁ ମନ୍ଦିର ଉପରେ ଏବେବି ବିପଦ ଥିବା ଦର୍ଶାଇଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମନ୍ଦିରର ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ପୁନଃ ସମୀକ୍ଷା କରନ୍ତୁ ଓ ସମାନ ବିଚାରପତି ନେଇ ଆଉଥରେ ବୈଠକ କରିବାକୁ ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ସୁପ୍ରିମକୋର୍ଟ ପୁନଃ ସମୀକ୍ଷା କରନ୍ତୁ:ବୁଦ୍ଧିଜୀବୀ ସଂଗୋଷ୍ଠୀ

ମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । କିନ୍ତୁ ଏହି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ପିଟିସନରଙ୍କୁ ଫାଇନ ମଧ୍ୟ କରିଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟ ନୈରାଶାଜନକ କହିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ମନ୍ଦିର ଉପରେ ଏବେବି ବିପଦ ରହୁଥିବା ଦର୍ଶାଇ ଏ ସମ୍ପର୍କରେ ପୁନଃ ଆଲୋଚନା ପାଇଁ ବୁଦ୍ଧିଜୀବୀ ସଂଗୋଷ୍ଠୀ ସଦସ୍ୟ କହିଛନ୍ତି ।

ABOUT THE AUTHOR

...view details